କରୋନା ସ୍ଥିତି ନେଇ ଗଂଜାମ ଜିଲ୍ଲାପାଳଙ୍କ ସୂଚନା: ୨ ଶହ ଡାକ୍ତରୀ ଟିମ ଘରକୁ ଘର ବୁଲି ଦେଖୁଛନ୍ତି ସ୍ଥିତି; ଆଗାମୀ ସପ୍ତାହରୁ କମିପାରେ ଆକ୍ରାନ୍ତଙ୍କ ସଂଖ୍ୟା

Advertisment
କରୋନା ସ୍ଥିତି ନେଇ ଗଂଜାମ ଜିଲ୍ଲାପାଳଙ୍କ ସୂଚନା: ୨ ଶହ ଡାକ୍ତରୀ ଟିମ ଘରକୁ ଘର ବୁଲି ଦେଖୁଛନ୍ତି ସ୍ଥିତି; ଆଗାମୀ ସପ୍ତାହରୁ କମିପାରେ ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ: କରୋନା ସ୍ଥିତି ନେଇ ଗଂଜାମ ଜିଲ୍ଲାପାଳଙ୍କ ସୂଚନା । ଆଗାମୀ ସପ୍ତାହରୁ ରେ ଆକ୍ରାନ୍ତଙ୍କ ସଂଖ୍ୟା କମିପାରେ । ଗତ ସପ୍ତାହରୁ ପଜିଟିଭ କେସ ବଢିଛି । ସ୍କ୍ରିନିଂ ଅଧିକ ହୋଇଥିବାରୁ ସଂଖ୍ୟା ବଢୁଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ୨ ଶହ ଡାକ୍ତରୀ ଟିମ ଘରକୁ ଘର ବୁଲି ସ୍ଥିତି ଦେଖୁଛନ୍ତି । ଗ୍ରାମାଚଂଳରେ ମଧ୍ୟ ଘରକୁ ଘର ବୁଲି ସର୍ଭେ କରାଯାଉଛି । ୭୦ ପ୍ରତିଶତ ଡାଏବେଟିସ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲାପାଳ କହିଛନ୍ତି । ୩ ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ଆକ୍ରାନ୍ତଙ୍କୁ ଖୋଜି ଚିକିତ୍ସା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe