କନକ ବ୍ୟୁରୋ: ଓଡ଼ିଶାର ହଟସ୍ପଟ ବା କରୋନାର ଗଡ଼ କୁହାଯାଉଥିବା ଗଞ୍ଜାମରେ ସ୍ଥିତି ଏବେ ବି ଜଟିଳ ରହିଛି । ତେବେ ଗତ ୧୫ ଦିନରେ ଗଂଜାମ ଜିଲ୍ଲାରେ କିପରି ବଢିଛି କରୋନା?
ଜୁଲାଇ ୨୦ – ୨୩୯ ଆକ୍ରାନ୍ତ ଚିହ୍ନଟ
ଜୁଲାଇ ୨୪ – ୭୩୨
ଜୁଲାଇ ୨୭ – ୪୯୧
ଜୁଲାଇ ୩୧ – ୩୬୮
ଅଗଷ୍ଟ ୨ – ୩୨୦
ଅଗଷ୍ଟ ୪ - ୨୮୮
ଆଉ ଅଗଷ୍ଟ ୫ ତାରିଖରେ – ୨୦୧ ପଜିଟିଭ୍ ମାମଲା ଗଂଜାମ ଜିଲ୍ଲାରେ ସାମ୍ନାକୁ ଆସିଛି ।
ଜୁଲାଇ ୨୪ ତାରିଖରେ ଗୋଟିଏ ଦିନରେ ୭୩୨ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲା, ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ତେବେ ଧୀରେ ଧୀରେ ଅଗଷ୍ଟ ଆରମ୍ଭରେ ହ୍ରାସ ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ।

Advertisment

ଗଂଜାମ ଜିଲ୍ଲାର ସ୍ଥିତି ଅସମ୍ଭାଳ ହେବା ସମୟରେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ଆଶ୍ୱସ୍ତ କରିଥିଲେ ଯେ ଆସନ୍ତା ୧୫ ଦିନ ମଧ୍ୟରେ ସ୍ଥିତି ଆୟତକୁ ଆସିଯିବ । ତେବେ କେଉଁ ଆଧାରରେ ଜିଲ୍ଲାପାଳ ଏଭଳି ଆକଳନ କଲେ, ସେ ନେଇ ପ୍ରଶ୍ନ ଉଠିଲା ।
କିନ୍ତୁ ଜିଲ୍ଲାପାଳଙ୍କ ଆକଳନ ଯାହା ଥିଲା, ସେହିଭଳି ହ୍ରାସ ପାଇଛି ଗଂଜାମ ଜିଲ୍ଲାରେ ସଂକ୍ରମଣ ।

କାହିଁକି କମିଲା ସଂକ୍ରମଣ, ଦେଖନ୍ତୁ କ’ଣ କହୁଛନ୍ତି ଜିଲ୍ଲାପାଳ?
- ଘରକୁ ଘର ଯାଇ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଗଲା
- ଫଳରେ ସବୁ ଲକ୍ଷଣ ଥିବା ବ୍ୟକ୍ତି ଠାବ ହୋଇଗଲେ
- ସେମାନଙ୍କର କରୋନା ପରୀକ୍ଷା କରାଗଲା ଏବଂ ସଙ୍ଗରୋଧ କରାଗଲା
- ପଜିଟିଭ ଥିବା ବ୍ୟକ୍ତିଙ୍କୁ ହସପିଟାଲ ନିଆଯାଇ ଚିକିତ୍ସା କରାଗଲା
- ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷା ବଢ଼ାଇ ଦିଆଗଲା
- ଫଳରେ ସଂକ୍ରମଣ କମିଗଲା ବୋଲି କହିଛନ୍ତି ଜିଲ୍ଲାପାଳ

ଏପଟେ ଗଂଜାମ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଏବଂ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗର ନିର୍ଦ୍ଦେଶକ । ଯଦି ଜିଲ୍ଲାପାଳଙ୍କ କହିବା ଅନୁସାରେ ଏହି ପଦକ୍ଷେପଗୁଡତକ ପାଇଁ ସଂକ୍ରମଣ ହ୍ରାସ ପାଇଛି, ତେବେ ଏହା ନିଶ୍ଚୟ ଏକ ଶୁଭ ସଂକେତ । ସବୁ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ସଙ୍ଗରୋଧ କରିବା କରୋନା ମୁକାବିଲାର ସବୁଠାରୁ ଭଲ ମଡେଲ ବୋଲି କୁହାଯିବ ।