ବର୍ଷା ପାଇଁ ସ୍କୁଲ ଛୁଟି । ଲଗାଣ ବର୍ଷା କାରଣରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ, ଶିକ୍ଷକଙ୍କୁ ସ୍କୁଲରେ ରହିବାକୁ ନିର୍ଦ୍ଦେଶ ।

1,004

କନକ ବ୍ୟୁୁରୋ : ବର୍ଷା ପାଇଁ ସ୍କୁଲ ଛୁଟି । ପ୍ରବଳ ବର୍ଷା କାରଣରୁ ଗଞ୍ଜାମର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କିନ୍ତୁ ଶିକ୍ଷକ ମାନେ ସ୍କୁଲରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଲଗାଣ ବର୍ଷାରେ ଗଞ୍ଜାମରେ ସ୍ଥିତି ସାଂଘାତିକ ରହିଛି । ତେଣୁ ଆବଶ୍ୟକସ୍ଥଳେ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗତକାଲି ଠାରୁ ଗଞ୍ଜାମରେ ଲଗାଣ ବର୍ଷା ହେଉଥିବାରୁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।