କନକ ବ୍ୟୁରୋ : ଗଂଜାମରେ ଦୋକାନକୁ ଦୋକାନ ବୁଲି ରାତିରେ ଚେକିଂ କରୁଛନ୍ତି ଜିଲ୍ଲପାଳ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଦେଇ ଦାଶିରି ଜଗନ୍ନାଥ ମନ୍ଦିର ଛକ ଯାଏଁ ଗଂଜାମ ଜିଲ୍ଲାପାଳ ଚାଲି ଚାଲି ସମସ୍ତ ଦୋକାନ ଯାଂଚ କରିଛନ୍ତି । ସାମାଜିକ ଦୂରତା ପାଳନ କରାଯାଉଛି କି ନା, ଦୋକାନ ଆଗରେ ବ୍ୟାରିକେଡ୍ ରହିଛି କି ନାହିଁ ., କଂଟାକ୍ଟ ଡାଏରୀ , ମାସ୍କ ଓ ସାନିଟାଇଜରର ପଂଚ ସୂତ୍ରୀ ନିୟମକୁ ପ୍ରତ୍ୟକ ଦୋକାନୀ ସହରରେ ପାଳନ କରୁଛନ୍ତି କି ନାହିଁ ସେ ନେଇ ତଦାରଖ କରିଛନ୍ତି ଜିଲ୍ଲାପାଳ ।
ଏହା ସହିତ ସହରର ସଫେଇ କାମର ମଧ୍ୟ ତଦାରଖ କରିଛନ୍ତି । ଯେଉଁମାନେ ଡଷ୍ଟବିନ୍ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ଡଷ୍ଟବିନ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଏପରି ରାତ୍ରି ପରିଦର୍ଶନକୁ ନେଇ ଅମାନିଆଙ୍କ ମନରେ ଛନକା ପଶିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/10-27.jpg)