ଆଜିଠୁ ଗଂଜାମରେ ମାଆ ତାରା ତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ : ସେବାୟତଙ୍କ ହେଲା ଆଂଟିଜେନ ଟେଷ୍ଟ 

ଯାତ୍ରାକୁ ବୟସ୍କ, ଗର୍ଭବତୀ ଓ ଶିଶୁଙ୍କୁ ଯିବା ପାଇଁ ବାରଣ କଲା ପ୍ରଶାସନ

111

କନକ ବ୍ୟୁରୋ : ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ଗଂଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା-ତାରିଣୀଙ୍କ ଚୈତ୍ରପର୍ବ ଆରମ୍ଭ ହେଉଥିବାରୁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସଂପୂର୍ଣ୍ଣ କୋଭିଡ କଟକଣା ଭିତରେ ମାଆଙ୍କ ପାଳିତ ହେବ ମାଆଙ୍କ ଚୈତ୍ର ଯାତ୍ରା । ତେବେ ଯାତ୍ରା ପୁର୍ବରୁ ୪୯ ଜଣ ସେବାୟତଙ୍କ ଆଂଟିଜେନ ଟେଷ୍ଟ କରାଯାଇଛି । ତେବେ ସମସ୍ତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଚଳିତ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡୁଥିବାରୁ ଚଳିତ ମାସର ପ୍ରତି ସୋମବାର ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତି ନେଇଛି ।

ସେହିପରି କରୋନା ସଂକ୍ରମଣକୁ ଆଖିରେ ରଖି ମାଆ ତାରା ତାରିଣୀଙ୍କ ଚୈତ୍ର ଯାତ୍ରାକୁ ନ ଯିବା ପାଇଁ ବୟସ୍କ, ଗର୍ଭବତୀ ଓ ଶିଶୁଙ୍କୁ ବାରଣ କରାଯାଇଛି । ଚୈତ୍ର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବାକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଯାତ୍ରାରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦ ଜଣ ନିର୍ବାହି ମାଜିଷ୍ଟ୍ରେଟ ଓ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ତାରାତାରିଣୀ ଯିବାକୁ ଥିବା ୪ ପ୍ରବେଶ ପଥରେ ତାରା ତାରିଣୀ ଛକ, କେଶରପୁର ଛକ, ବଡମାଧପୁର ରାସ୍ତା, ରାୟପୁର ଛକରେ ଯାଂଚ କଡାକଡି କରାଯାଉଛି ।

କୌଣସି ଖାଦ୍ୟ ପଦାର୍ଥ ତାରାତାରିଣୀ ମନ୍ଦିରକୁ ନିଆଯିବ ନାହିଁ । ଏହାଛଡା ହିଲଟପରେ କୌଣସି ଭୋଜି ନକରିବା ପାଇଁ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗତବର୍ଷ କରୋନା ଯୋଗୁଁ ଚୈତ୍ର ପର୍ବ ଦୁଇ ପାଳି ପରେ ହୋଇପାରିନଥିଲା । ବିନା ଭକ୍ତରେ କେବଳ ମାଆଙ୍କ ନୀତିକାନ୍ତି ହୋଇଥିଲା । ଚଳିତ ବର୍ଷ କୋଭିଡକୁ ଆଖି ଆଗରେ ରଖି ଭିତରେ ଚୈତ୍ର ଯାତ୍ରା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି ।