କନକ ବ୍ୟୁରୋ : ପ୍ରସିଦ୍ଧ ଶୈବପୀଠ ବୃଦ୍ଧଖୋଲ । ଗଂଜାମ ଜିଲ୍ଲା ବୁଗୁଡା ସହରରୁ ମାତ୍ର ୩କିଲୋମିଟର ଦୂରରେ ଏହା ଅବସ୍ଥିତ । ଏଠାକାର ପ୍ରାକୃତିକ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଛି । ପାହାଡ଼ ପାଦ ଦେଶରେ ମନଲୋଭା ପରିବେଶ ବେଶ ଆକର୍ଷଣୀୟ । ପାହାଡ ଉପରେ ପଂଚଲିଙ୍ଗେଶ୍ୱର ମନ୍ଦିର ଠାରୁ କିଛି ଦୂର ପାହାଡ ଚଢିଲେ ଶିଖରରେ ସିଧିଗୁମ୍ଫା । ପାହାଡ ଉପରୁ ଝରିଆସୁଛି ଜଳ ପ୍ରପାତ । ବିଭିନ୍ନ ଔଷଧିୟ ବୃକ୍ଷ ସଂସ୍ପର୍ଶରେ ଆସୁଥିବାରୁ ଏହି ଝରଣା ପାଣିରେ ଗାଧୋଇଲେ ଶରୀର ନିରୋଗ ରହେ ବୋଲି କୁହାଯାଏ ।
ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ୱାଚ୍ ଟାୱାର, ୪୨ ଫୁଟର ଶିବ ପାର୍ବତୀ, ୩୦ ଫୁଟର ହନୁମାନ ସେଲଫି ପଏଂଟ ରହିଛି । ବନ ବିଭାଗ ତରଫରୁ ଇକୋ ପାର୍କ ରେ ଶିଶୁ ଉଦ୍ୟାନ, ଖୋଲା ଜମି, ନକ୍ଷେତ୍ର ବନ, ବୌଦ୍ଧ ମୁର୍ତି ଓ ପାର୍କ ରହିଛି । ପାହାଡ ପାଦ ଦେଶରେ ବିସ୍ତିନ୍ନ ସ୍ଥାନ ରହିଥିବାରୁ ପିକିନକ କରିବା ପାଇଁ ଲୋକମାନଙ୍କୁ ସୁବୁଧା ହେଉଛି ।
ବର୍ତମାନ ପିକ୍ନିକ୍ ରୁତୁ ହୋଇଥିବାରୁ ଶତାଧିକ ପର୍ଯ୍ୟଟକଙ୍କ ସ୍ରୁଅ ଛୁଟୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଏଠାକୁ ଆସି ପ୍ରକୃତିର ମଜା ନିଅନ୍ତି ।