ପଦାରେ ପଡିଲା ଗୋଷ୍ଠୀ କନ୍ଦଳ: ଗଂଜାମ ଆସିକା ବିଜେଡିରେ ଫାଟ

39

କନକ ବ୍ୟୁରୋ: ଗଂଜାମ ଆସିକା ବିଜେଡିରେ ଫାଟ । ପଦାରେ ପଡିଛି ଗୋଷ୍ଠୀ କନ୍ଦଳ । ଗତ ପଂଚାୟତ ନିର୍ବାଚନ ପରଠାରୁ ଆସିକା ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇ ଶେଷରେ ଗଠିତ ହୋଇଛି ବିଧାୟକ ବିରୋଧୀ ମଂଚ ।

ପଂଚାୟତ ନିର୍ବାଚନ ପରେ ଆସିକା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବରାଜ ମହାନ୍ତିଙ୍କୁ ବିରୋଧ କରି ବିରୋଧୀ ଗୋଷ୍ଠୀ ଶେଷରେ ଆସିକା ଓ କବିସୂର୍ଯ୍ୟନଗର ବ୍ଲକରେ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇଥିଲେ । ବିଧାୟକ ଦେବରାଜ ମହାନ୍ତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଯୁବ ବିଜେଡି ନେତା ସତ୍ୟନାରାୟଣ ସ୍ୱାଇଁଙ୍କ ନେତୃତ୍ୱରେ ବିଧାୟକ ବିରୋଧୀ ମଂଚ ଗଠନ ହୋଇଛି ।

ଆଗାମୀ ବିଧାନସଭା ନିର୍ବାଚନରେ ଆସିକାରୁ ଆଉ ଜଣଙ୍କୁ ବିଧାୟକ ଟିକେଟ ଦେବା ପାଇଁ ଦାବି କରାଯାଇଛି । ଏହାସହ ଆଗାମୀ ନିର୍ବାଚନରେ ଯଦି ଦେବରାଜଙ୍କୁ ଟିକେଟ ଦିଆଯାଏ ତେବେ ଏହାର ତୀବ୍ର ବିରୋଧ କରାଯିବ ବୋଲି କୁହାଯାଇଛି ।