ବର ଘରୁ ନାବାଳିକା ନବବଧୁକୁ ଉଦ୍ଧାର କଲା ଗଂଜାମ ପ୍ରଶାସନ : ବିବାହର ଦୁଇ ଦିନ ପରେ ଉଦ୍ଧାର କରି ବ୍ରହ୍ମପୁର ସିଡବ୍ଲୁସିରେ କରାଗଲା ହାଜର

75

କନକ ବ୍ୟୁରୋ : ନବ ବିବାହିତ ନାବାଳିକାକୁ ଉଦ୍ଧାର କଲା ପ୍ରଶାସନ । ବିବାହର ଦୁଇ ଦିନ ପରେ ନାବାଳିକାକୁ ଶ୍ୱଶୂର ଘରୁ ଉଦ୍ଧାର କରାଯାଇଛି । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳର ସୁନ୍ଦରିଆପଡା ଗାଁରେ ଘଟିଛି ଏହି ଘଟଣା । ନାବାଳିକାକୁ ବିବାହ ଖବର ପାଇବା ପରେ ଆସିକା ଓ କବିସୂର୍ଯ୍ୟନଗର ସିଡିପିଓ, କବିସୂର୍ଯ୍ୟନଗର ଥାନା କର୍ମଚାରୀ ସୁନ୍ଦରିଆପଡା ଗାଁର ପହଂଚିଥିଲେ । ବର ଘର ଲୋକଙ୍କୁ ବୁଝାସୁଝା କରି ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଡବ୍ଲୁସି ଠାରେ ହାଜର କରାଯାଇଛି । ସୂଚନା ଅନୁସାରେ ଗତ ୬ତାରିଖରେ ନଣ୍ଡାଜୁଆଳି ଗାଁର ଜଣେ ନାବାଳିକା ସହିତ ସୁନ୍ଦରିଆପଡା ଗାଁର ତୋଫାନ ସାହୁଙ୍କ ସହ ବାହାଘର ହୋଇଥିଲା । ଏହି ଖବର ପାଇବା ପରେ ନାବାଳିକାକୁ ଉଦ୍ଧାର କରିଛନ୍ତି ପ୍ରଶାସନିକ ଅଧିକାରୀ ।