ଗଞ୍ଜାମରେ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା । ଜରୁରୀ କାମ ଥିଲେ ଦରକାର ବିଭାଗୀୟ ଅନୁମତି । ଉଲ୍ଲଘଂନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

123

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଥିବା ଭିତରେ ଗଞ୍ଜାମରେ ଏବେ ପ୍ରତିଦିନ ନୂଆ ନୂଆ ନିୟମ ଜାରି କରାଯାଉଛି । ଆଜି ଜିଲ୍ଲାର ସରକାରୀ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡି କୁଆଡେ ନଯିବା ପାଇଁ କୁହାଯାଇଛି । କେବଳ ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ନେଇ କର୍ମଚାରୀମାନେ ଯାଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ଯଦି କୌଣସି କର୍ମଚାରୀ ଏହି ନିୟମକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।

ସାରା ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ମୁହାଁ ହୋଇ ଗତି କରୁଛି । ଏହା ଭିତରେ ଗଞ୍ଜାମରୁ ମଧ୍ୟ ଧିରେ ଧିରେ ପୁଣି ସଂକ୍ରମିତ ଚିହ୍ନଟ ହେଲେଣି । ଏପରି ସ୍ଥିତିରେ ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ  ନାନାଦି ଉପାୟ ଅବଲମ୍ବନ କରାଯାଉଛି । ତେଣୁ ଏହାକୁ ଆଖି ଆଗରେ ରଖି ଆଜି ଜିଲ୍ଲାପାଳ ସରକାରୀ କର୍ମଚାରୀମାନଙ୍କୁ ସଦର ମହକୁମା ନଛାଡିବା ପାଇଁ କହିଛନ୍ତି ।

Comments are closed.