କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଥିବା ଭିତରେ ଗଞ୍ଜାମରେ ଏବେ ପ୍ରତିଦିନ ନୂଆ ନୂଆ ନିୟମ ଜାରି କରାଯାଉଛି । ଆଜି ଜିଲ୍ଲାର ସରକାରୀ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡି କୁଆଡେ ନଯିବା ପାଇଁ କୁହାଯାଇଛି । କେବଳ ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ନେଇ କର୍ମଚାରୀମାନେ ଯାଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ଯଦି କୌଣସି କର୍ମଚାରୀ ଏହି ନିୟମକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।
ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା ହୋଇଛି
ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ଦରକାର
କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ @CMO_Odisha— Collector & District Magistrate, Ganjam (@Ganjam_Admin) April 18, 2021
ସାରା ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ମୁହାଁ ହୋଇ ଗତି କରୁଛି । ଏହା ଭିତରେ ଗଞ୍ଜାମରୁ ମଧ୍ୟ ଧିରେ ଧିରେ ପୁଣି ସଂକ୍ରମିତ ଚିହ୍ନଟ ହେଲେଣି । ଏପରି ସ୍ଥିତିରେ ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନାନାଦି ଉପାୟ ଅବଲମ୍ବନ କରାଯାଉଛି । ତେଣୁ ଏହାକୁ ଆଖି ଆଗରେ ରଖି ଆଜି ଜିଲ୍ଲାପାଳ ସରକାରୀ କର୍ମଚାରୀମାନଙ୍କୁ ସଦର ମହକୁମା ନଛାଡିବା ପାଇଁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/4-21.jpg)