କନକ ବ୍ୟୁରୋ : ଗଞ୍ଜାମ ସୁନାପୁର ବେଳାଭୂମିରେ ଏକ ବିଶାଳକାୟ ହ୍ବେଲ୍ ସାର୍କ ଦେଖିବାକୁ ମିଳିଥିଲା। ଏତେ ବଡ଼ ସାର୍କକୁ ଦେଖିବା ପରେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା କିଭଳି ତାକୁ ସମୁଦ୍ରରେ ଛାଡ଼ିବେ, ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ । ସମ୍ମିଳିତ ଭାବେ ଏହି ବୃହତ୍କାୟ ସାର୍କକୁ ଲୋକ ଠେଲିଠେଲି ସମୁଦ୍ର ଭିତରକୁ ଛାଡ଼ିଥିଲ ।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅର୍ନ୍ତଗତ ସୁନାପୁର ବେଳାଭୂମିକୁ ପ୍ରାୟ ୧୫ଫୁଟ ଲମ୍ବର ଏକ ହ୍ବେଲ୍ ସାର୍କ ଲାଗିଥିଲା । ହ୍ବେଲ୍ ସାର୍କକୁ ପ୍ରଥମେ ସେଠାରେ ଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ । ସୂଚନା ମିଳିବା ପରେ ସୁନାପୁରର ମତ୍ସଜୀବୀ, ଗ୍ରାମବାସୀ, ସୁନାପୁର ସାମୁଦ୍ରିକ ଥାନାରେ ନିୟୋଜିତ ହୋମ୍ଗାର୍ଡ଼ ଓ ସ୍ଥାନୀୟ ଫରେଷ୍ଟ ଗାର୍ଡ଼ ମିଶି ଉକ୍ତ ସାର୍କକୁ ସମୁଦ୍ର ଭିତରକୁ ନେଇ ଛାଡ଼ିଥିଲେ ।
ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଅନୀଲ ମହାପାତ୍ର କହିଛନ୍ତି, ପୃଥିବୀର ସର୍ବବୃହତ୍ ପ୍ରଜାତିର ସାମୁଦ୍ରିକ ମାଛ ହେଉଛି ‘ହ୍ବେଲ ସାର୍କ’ । ଏହି ମାଛମାନେ ବିଶେଷ କରି ଫାଇଟୋ ପ୍ଲାଙ୍କଟନ୍ ଖାଇଥାନ୍ତି। ଗଞ୍ଜାମ ଉପକୂଳ ସମୁଦ୍ରରେ ପ୍ରବଳ ମାତ୍ରରେ ଫାଇଟୋ ପ୍ଲାଙ୍କ୍ଟନ୍ ରହିଛି । ତେଣୁ ଗଞ୍ଜାମ ଉପକୂଳକୁ ଏମାନେ ଖାଦ୍ୟ ଅନ୍ବେଷଣରେ ଆସିଥା’ନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/1-25.jpg)