ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ସପ୍ତମ ଶ୍ରେଣୀର ଛାତ୍ର । ଟଙ୍କା ଅଭାବରୁ ହୃଦରୋଗର ହୋଇପାରୁନି ଚିକିତ୍ସା, ଗରିବ ପରିବାରର ଗୁହାରୀ ଶୁଣ ସରକାର । 

410
କନକ ବ୍ୟୁରୋ: ଭାଇ ଉଠ ଖେଳିବାକୁ ଯିବା । ସାଥି ହୋଇ ଖେଳିବା ପାଇଁ ବଡ ଭାଇକୁ ସାନ ଭାଇ ଡାକୁଛି । ହେଲେ ଇଛା ଥାଇବି ଉଠି ପାରୁନି ବଡ ଭାଇ । କାରଣ ତା ଉଠିବାର ଜୁ ଛଡେଇ ନେଇଛି ରୋଗ । ହୃଦରୋଗରେ ପୀଡିତ ସପ୍ତମ ଶ୍ରେଣୀର ଛାତ୍ର । ଗରିବ ପରିବାରର ପିଲା ରୋଗରେ ପଡି ଛଟପଟ ହେଉଥିବା ବେଳେ  ଟଙ୍କା ଅଭାବରୁ ହୋଇପାରୁନି ଚିକିତ୍ସା ।
ହୃଦରୋଗରେ ପୀଡିତ ସପ୍ତମ ଶ୍ରେଣୀର ଛାତ୍ର । ଟଙ୍କା ଅଭାବରୁ ହୋଇପାରୁନି ଚିକିତ୍ସା । ଗରିବ ପରିବାରର ପୁଅକୁ ବଂଚାଇବା ପାଇଁ ଚିନ୍ତାରେ ବାପା ଓ ମାଆ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର ମାନସ ସାହୁଙ୍କ ପୁଅ ଅଜୟ ସାହୁଙ୍କ ଯନ୍ତ୍ରଣାର କଥା । ସପ୍ତମ ଶ୍ରେଣୀରେ ପଢୁଥିବା ଅଜୟ ହୃଦରୋଗରେ ପୀଡିତ ହେବା ପରେ ତାଙ୍କ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର, ପରେ ପୁଟପର୍ତି ଓ ଭୁବନେଶ୍ୱର ନେଇଛନ୍ତି ବାପା-ମାଆ । ହେଲେ ପୁଅର କିଚିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଉପାୟ ଶୁନ୍ୟ ହୋଇ ଘରକୁ ଫେରି ଆସିଛନ୍ତି ଅସହାୟ ପରିବାର ।
ଦିନ ମଜୁରିଆ ମାନସଙ୍କ ପରିବାର ଉପରେ ଲଦି ହୋଇ ପଡିଛି ଦୁଃଖର ପାହାଡ । ବଡପୁଅ ଅଜୟର ହୃଦରୋଗ ପୀଡିତ ହୋଇଥିବା ବେଳେ ସାନପୁଅ ମାନସିକ ବିକାରଗ୍ରସ୍ତ । ଏସବୁ ଭିତରେ ମୁଲ ଲାଗି ପିଲାଙ୍କ ପାଇଁ ଦାନା ଦେଉଥିବା ବାପାଙ୍କ ଆଖି ଉପରେ ଆଘାତ ଲାଗିବାରୁ ଏବେ ସେ ଆଉ କାମକୁ ଯାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଏହି ଅସହାୟ ପରିବାର ପାଇଁ ସରକାରୀ ଓ ବେସରକାରୀ ସହାୟତା ଛଡା ଅନ୍ୟ କିଛି ଉପାୟ ନାହିଁ । ସେପଟେ ମାନସଙ୍କ ପରିବାରର ଦୁଃଖ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜଣାଯାଇଥିବା କହିଛନ୍ତି ସ୍ଥାନୀୟ ସରପଂଚ ।
ପୁଅ ଜନ୍ମ ହେବା ପରେ ଘର ଖୁସିରେ ଭରି ଯାଇଥିଲା । ପୁଅ ପାଠ ପଢି ବଡ ମଣିଷ ହେବ ବାପାଙ୍କ କାନ୍ଧରୁ ବୋଝ ହାଲୁକା କରିବ, ହେଲେ ପୁଅ ରୋଜଗାର କରିବା ତ ଦୂରର କଥା ପଢିବା ସମୟରୁ  ଭୋଗୁଛି ଜିଇଁବା ମରିବାର ଯନ୍ତ୍ରଣା ।