କନକ ବ୍ୟୁରୋ : ଗଂଜାମ ହୁମାରେ ଓଲଟିଥିବା ଟ୍ୟାଙ୍କରରୁ ଗ୍ୟାସ କାଢିବା ପାଇଁ ଆସିଲା ସ୍ୱତନ୍ତ୍ର ପୋଷାକ । ଆମୋନିଆ ରେସ୍କୁ କିଟ୍ ପିନ୍ଧି ଗ୍ୟାସ ଖାଲିକରିବେ ପାରାଦୀପରୁ ଆସିଥିବା ୪ଜଣିଆ ଟିମ୍ । ଗତକାଲିଠାରୁ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିପଡ଼ିଛି ଆମୋନି଼ଆ ଟ୍ୟାଙ୍କର । ୧୬ ଘଂଟା ପରେ ଓଲଟିପଡ଼ିଥିବା ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା କାମ ଆରମ୍ଭ ହୋଇଛି ।
ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହୁମା ନିକଟରେ ଏହି ଘଟଣା ଘଟିଛି । ଟ୍ୟାଙ୍କରରେ ଆମୋନିଆ ଗ୍ୟାସ ରହିଥିବା ସୂଚନା ମିଳିଛି । ଟ୍ୟାଙ୍କର ପାରାଦ୍ୱୀପରୁ ବିଶାଖାପାଟଣା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ଜାତୀୟ ରାଜପଥ ୧୬ରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ପ୍ରଶଶସନ ପୋଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ଆମୋନିଆ ଗ୍ୟାସ୍ ବିପଜନକ ହୋଇଥିବାରୁ ପାରଦୀପରୁ ଏକ ୪ଜଣିଆ ସ୍ୱତନ୍ତ୍ର ଦଳ ଗଂଜାମ ହୁମାର ଦୁର୍ଘଟଣା ସ୍ଥଳରେ ପହଂଚିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/11-1.jpg)