କନକ ବ୍ୟୁରୋ: ୭ଶହ କେଜି କଂଜେଇ ୭୦ଲକ୍ଷ ଟଙ୍କା । ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ଜବତ ହୋଇଛି ୭ଶହ କେଜି ଗଂଜେଇ । ପୋଲିସ ଓ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେବାକୁ ଏକ ନଡିଆ କତା ବୋଝେଇ ଟ୍ରକରେ ଅତି ଚଂଚକତାର ସହ ଏହି ୭ଶହ କେଜି ଗଂଜେଇକୁ ଚୋରାରେ ଚାଲାଣ କରାଯାଉଥିଲା ।
ଦେଖନ୍ତୁ କିଭଳି ଛୋଟ ଛୋଟ ପ୍ୟାକେଟରେ ଏଡି ସବୁ ଗଂଜେଇ ଭର୍ତି କରି ହେଉଥିଲା ଚୋରା ଚାଲାଣ । ଖବର ପାଇ ଚଢାଉ କରିଥିଲା ନାର୍କୋାଟିକ୍ସ କଂଟ୍ରୋଲ ବ୍ୟୁରୋ । ସୂନା ଅନୁସାରେ ଶ୍ରୀକାକୁଲମରୁ ବିହାର ଚାଲାଣ ହେଉଥିଲା ଏହି ସବୁ ଗଂଜେଇ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ । ଟ୍ରକ ଡ୍ରାଇଭରକୁ ଅଟକ ରଖି ଏନସିବି ପଚରାଉଚରା ଜାରିରଖିଛି ।