କନକ ବ୍ୟୁରୋ: ପୋଲିସ ଡାଳେ ଡାଳେ ଗଲେ ଅପରାଧୀମାନେ ପତ୍ରେ ପତ୍ରେ ଯାଉଛନ୍ତି । ଯାହାର ଉଦାହରଣ ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି । ସାଧାରଣତଃ ଆପଣମାନେ ଜାଣିଥିବେ ପ୍ୟାକରସ ମୁଭରର୍ସ ଗାଡ଼ିରେ ଘର ଜିିନିଷ ପତ୍ର ଯାଏ । ହେଲେ ଘର ଜନିଷ ପତ୍ର ଭିତରେ ବାହାର ରାଜ୍ୟକୁ ଚୋରାଚାଲଣ ହେଉଥିଲା ଗଂଜେଇ । ଗଂଜେଇ ଚୋରାଚାଲଣ ନେଇ ସଦର ଥାନା ଅଧିକାରୀଙ୍କୁ ଫୋନ ଯୋଗେ କେହି ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ଯାଂଚ ଆରମ୍ଭ କରାଯାଇଥିଲା । ଛତିଶଗଡ଼ ନମ୍ବର ଗାଡ଼ିକୁ ଅଟକାଇ ଯାଂଚ ବେଳେ ଗାଡ଼ିରେ ଥିବା ବାକ୍ସ ଗୁଡ଼ିକରୁ ୫ କ୍ୱିଂଟାଲର ଗଂଜେଇ ଜବତ କରିଥିଲା ପୋଲିସ । ରାୟଗଡ଼ାରୁ ଛତିଶଗଡ଼ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛନ୍ତି । ଘଟଣାରେ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।

Advertisment