ବଡ଼ ବଡ଼ ଦାମି କାରରେ ହେଉଛି ବେଆଇନ ଗଞ୍ଜେଇ କାରବାର । କାର ସହ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କଲା ପୋଲିସ ।

121

କନକ ବ୍ୟୁରୋ : ବଡ ବଡ ଦାମୀ ଗାଡିରେ ହେଉଛି ବେଆଇନ ଗଞ୍ଜେଇ କାରବାର । ସ୍କରପିଓରୁ ଜବତ ହେଲା ଶହେ ୨୦ କିଲୋ ଗଞ୍ଜେଇ । ରାୟଗଡ଼ା ମୁନିଗୁଡ଼ା ପୋଲିସ ଗଞ୍ଜେଇ ସହ ଗାଡିକୁ ଜବତ କରିଛି । ଗତକାଲି ରାତିରେ ସ୍କରପିଓ କାର କୁଟୟାଗଡ଼ ଛକ ନିକଟରେ ଜଣେ ଯୁବକଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ନେଇ ପୋଲିସ ଖବର ପାଇଥିଲା । ପରେ ଏକ ପୋଲିସ ଟିମ୍ ସ୍କରପିଓକୁ ପିଛା କରିବାରୁ ସେମାନେ ବାଟରେ ଗାଡି ରଖି ଫେରାର ହୋଇଯାଇଥିଲେ । ଗାଡିକୁ ଯାଞ୍ଚ କରିବାରୁ ସେଠାରୁ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।