କନକ ବ୍ୟୁରୋ : ଗଂଜେଇ ଚାଲାଣର ଦିନକୁ ଦିନ ନୂଆ ତରିକା ସାମ୍ନାକୁ ଆସୁଛି । ଯାହା ଦେଖିଲେ ଆପଣ ବି ଚକିତ ହୋଇଯିବେ । ଡ଼ିଜେଲ ଟାଙ୍କିରେ ଚାଲାଣ ହେଉଥିଲା ଗଞେଇ । ଅଭିନବ ଉପାୟରେ ଗଂଜେଇ ମାଫିଆ ଚୋରାରେ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରୁଥିବା ବେଳେ ପୁଲିସ ଧରିିବା ସହ ୨ ଜଣଙ୍କୁ ଗିରଫ କରିଛି । କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସ ଏକ ଡିଜେଲ ଟ୍ୟାଙ୍କରରୁ ୬ କ୍ୱିଂଟାଲ ଗଂଜେଇ ଜବତ କରିଛି ।
ଏହି ଘଟଣାରେ ସଂଜୟ ସିଂ ଓ ରଣଦୀପ ସିଂ ନାମକ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଜବତ ଗଂଜେଇର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏ ଘଟଣାକୁ ଦେଖିଲେ ଲାଗୁଛି ପୁଲିସ ଯେତିକି ସଜାଗ ହେଉଛି, ତାଠାରୁ ଅଧିକା ଗଳା ବାଟ ଖୋଜୁଛନ୍ତି ଗଂଜେଇ ମାଫିଆ ମାନେ । ନନ୍ଦପୁର ବ୍ଲକ ଚାଟୁଆରୁ ଗାଁରୁ ଗଂଜେଇ ଭର୍ତି ଏକ ଡିଜେଲ ଟ୍ୟାଙ୍କରରେ କୋଲକାତାକୁ ଯାଉଥିବା ଖବର ପାଇଥିଲା ପୁଲିସ । ଏହାପରେ ପୁଲିସ ଟ୍ୟାଙ୍କରକୁ ଜବତ କରି ଯାଂଚ କରିବା ପରେ ଟ୍ୟାଙ୍କର ଭିତରୁ ବସ୍ତା ବସ୍ତା ଗଂଜେଇ ବାହାରିଥିଲା ।