ରାଜଧାନୀରେ ଗାଡି ଚେକିଂ ବେଳେ ଜବତ ହେଲା ଗଞ୍ଜେଇ । ସିଆରପି ଓଭରବ୍ରିଜ ଉପରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ।

354

କନକ ବ୍ୟୁରୋ: ରାଜଧାନୀରେ ଗାଡ଼ି ଚେକିଂ ବେଳେ ଜବତ ହେଲା ଗଂଜେଇ । ଭୁବନେଶ୍ୱରର ସିଆରପି ଓଭରବ୍ରିଜ୍ ଉପରେ ଆରଟିଓ ୨ ପକ୍ଷରୁ ଚେକିଂ ଚାଲିଥିବାବେଳେ ଏହି ସମୟରେ ଏକ ସ୍କୁଟିରୁ ଗଂଜେଇ ଭର୍ତି ବ୍ୟାଗ୍ ଜବତ ହୋଇଛି । ଏହି ଗଞ୍ଜେଇକୁ ଚୋରା ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି । ଗୋଟିଏ ସ୍କୁଟିରେ ଏହି ଗଂଜେଇ ଚାଲାଣ ହେଉଥିଲା । ଚେକିଂ ହେଉଥିବା ଦେଖି ସ୍କୁଟି ଛାଡ଼ି ଗଂଜେଇ ଚୋର ଦୌଡିବାକୁ ଲାଗିଥିଲା । ଯାହାପରେ ପୋଲିସ ତାକୁ କାବୁ କରିଛି ।

ସେହିପରି କୋରାପୁଟ ଟାଉନ ପୋଲିସ ଦ୍ୱାରା ଲାଞ୍ଜିଗୁଡ଼ା ଛକରୁ ୧୭ଶହ ୫୨ କେଜି ଗଂଜେଇ ଜବତ ହୋଇଛି । ଏହି ଘଟଣାରେ ୮ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଗୋଟିଏ ୧୪ ଚକିଆ ଗାଡି, ବୋଲେରୋ ଏବଂ ବାଇକ ଜବତ ହୋଇଛି । ଗଂଜେଇର ଆନୁମାନିକ ମୁଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେହିପରି ସିମିଳିଗୁଡ଼ା ପୋଲିସ ଦ୍ୱାରା ଆଉ ଏକ ଗଂଜେଇ ଚାଲାଣକାରୀ ଧରାପଡ଼ିଛନ୍ତି । ଗାଡ଼ି ଯାଂଚ ସମୟରେ କୁଟୁଗାଓଁ ନିକଟରୁ ଗଂଜଇ ଗାଡ଼ି ଜବତ କରିଛି ପୋଲିସ । ଏହି ଗଂଜେଇ ପଟାଙ୍ଗି ଅଂଚଳରୁ ବିହାର ଚାଲାଣ ହେଉଥିଲା ।