ନଡିଆ କତା ଭର୍ତ୍ତି ଗାଡିରେ ଗଞ୍ଜେଇ ଚାଲାଣ : ବ୍ରହ୍ମପୁରରେ ଧରାପଡିଲା ୫୫ ଲକ୍ଷ ଟଙ୍କାର ଗଞ୍ଜେଇ

249

କନକ ବ୍ୟୁରୋ : ବ୍ରହ୍ମପୁରରେ ନଡିଆକତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ଅବକାରୀ ବିଭାଗ । ବ୍ରହ୍ମପୁରର ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ, କାର ଓ ପିକଅପ ଭ୍ୟାନରୁ ୧୧ କ୍ୱିଂଟାଲ ଗଞ୍ଜେଇ ମିଳିଛି । ଘଟଣାର ୩ ଗିରଫ ହୋଇଛନ୍ତି । ଟ୍ରକର ୪ ପଟେ ନଡିଆକତା ଦେଇ ଏହି ଗଞ୍ଜେଇ ରଖାଯାଇଥିଲା । ଜବତ ଗଞ୍ଜେଇର ଆନୁମାନୁକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ।