କନକ ବ୍ୟୁରୋ: କିଛି ଛାଡିଲେ ନାହିଁ ଗଂଜେଇ ମାଫିଆ । ଅକ୍ସିଜେନ୍ ବୋଝେଇ ଟ୍ରକରେ ବି କଲେ ଗଂଜେଇ ଚୋରା ଚାଲାଣ । ଉପରେ ସିଲିଣ୍ଡର ତଳେ କୁଇଂଟାଲ କୁଇଂଟାଲ ଗଂଜେଇ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଂଜେଇ ନେଇ ବିଶାଖପାଟଣାରୁ ଦିଲ୍ଲୀ ଯାଉଥିଲା ଏକ ଟ୍ରକ । ସଂପୃକ୍ତ ଟ୍ରକକୁ କୋରାପୁଟରୁ ଜବତ କରିଛି ପୁଲିସ ।
ଜବତ ହୋଇଥିବା ଗଂଜେଇର ଆନୁମାନିକ ମୁଲ୍ୟ ପାଖାପାଖି ଏକ କୋଟି ୧୦ ଲକ୍ଷ ଟଙ୍କା ହେବ । କୋରାପୁଟ ଜୟପୁରରୁ ଏହି ଗଂଜେଇ ଜବତ ହୋଇଛି । ପଂଜାବର ଦୁଇ ଜଣ ଡ୍ରାଇଭରଙ୍କୁ ସଦର ପୋଲିସ ଅଟକ ରଖି ପଚରାଉଚରା କରୁଛି । ଟ୍ରକରେ ଥିବା ସିଲିଣ୍ଡର ଦିଲ୍ଲୀର ରେଡକ୍ରସକୁ ହସ୍ତାନ୍ତର କରାଯାଇଥାନ୍ତା ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/2e162f28-af3e-4ee4-b18e-8045b084b360.jpg)