ପଣସ ବୋଝେଇ ଗାଡିରୁ ଗଞ୍ଜେଇ ଜବତ : ପାଟ୍ରୋଲିଂ ବେଳେ ଜବତ କଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ

169

କନକ ବ୍ୟୁରୋ : ପଣସ ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ । ଉପରେ ପଣସ ଭିତରେ ଗଂଜେଇ ବୋଝେଇ କରି ଚୋରାରେ ଚାଲାଣ କରୁଥିଲେ ମାଫିଆ । କୋରାପୁଟ ଜିଲ୍ଲା ଟିକାପୁଟ ଛକ ନିକଟରୁ ଦଶଚକିଆ ଟ୍ରକରୁ ଏକ ଟନରୁ ଅଧିକ ଓଜନର ଗଂଜେଇ ଜବତ କରିଛି ପୁଲିସ ।

କୌଣସି ସୁତ୍ରରୁ ଗଂଜେଇ ଚୋରା ଚାଲାଣ ନେଇ ଖବର ଏସଡିପିଓ ସୂଚନା ପାଇ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ସହାୟତାରେ ଚଢାଉ କରିଥିଲେ । ଟ୍ରକକୁ ଯାଂଚ କଲା ବେଳେ ପଣସ ତଳେ ରଖାଯାଇ ଏକ କ୍ୱିଂଟାଲ ୮ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି । ଯାହାର ଅନୁମାନିକ ମୁଲ୍ୟ କୋଟିଏରୁ ଅଧିକ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ତିନି ଜଣ ମାଫିଆଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୫ଶହ ଟଙ୍କା ଓ ୩ଟି ମୋବାଇଲ ଜବତ କରାଯାଇଛି । ମାଛକୁଣ୍ଡରୁ ଦଶ ଚକିଆ ଟ୍ରକରେ ଗଂଜେଇ ବୋଝେଇ କରି ଆନ୍ଧ୍ରପ୍ରଦେଶର ଗୁଣ୍ଡରକୁ ଚାଲାଣ କରାଯାଇଥିବା ବେଳେ ଟିକାପୁଟ ଛକ ନିକଟରେ ଧରାପଡିଛି ।