କମ୍ବଳ ଭିତରେ ଗଂଜେଇ କାରବାର ! ଚୋରାଚାଲଣ ବେଳେ ଗଜପତିରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ପୋଲିସ

45

କନକ ବ୍ୟୁରୋ: କମ୍ବଳ ବୋଝେଇ ଗାଡ଼ିରେ ଜବତ ହେଲା ଗଂଜେଇ । ଚୋରା ଚାଲଣ ବେଳେ ଗଜପତି ଜିଲ୍ଲାରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ଅଡ଼ବା ପୋଲିସ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ କରୁଥିବା ବେଳେ ୨ଟି ବୋଲେରୋ ମିନି ଟ୍ରକକୁ ଅଟକାଇ ଯାଂଚ କରିଥିଲା ପୋଲିସ । ଗାଡ଼ିରୁ ଶୀତ ବସ୍ତ୍ର କମ୍ବଳ ସହିତ ଗଂଜେଇ ଜବତ କରିଥିଲା ପୋଲିସ । ମାଣ୍ଡିମରା ଅଂଚଳରୁ ବ୍ରହ୍ମପୁର ଯାଉଥିଲା ଏହି ଗଂଜେଇ । ୨ଟି ଗାଡ଼ି ସହ ଗଂଜେଇ ଜବତ କରିଛି ପୋଲିସ ।