କନକ ବ୍ୟୁରୋ : ଅଭିନବ ଢଙ୍ଗରେ ଗଂଜେଇ ଚୋରାଚାଲାଣ । ପଇଡ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଂଜେଇ । ରାତିରେ ପାଟ୍ରୋଲିଂ ବେଳେ ଜବତ କଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ । ଏକ ୧୦ ଚକିଆ ପଇଡ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ ହେଉଥିଲା । କୋରାପୁଟ କଂଚନା ଅଂଚଳରୁ ଦ୍ରୁତ ଗତିରେ ଆସୁଥିବା ଏହି ଟ୍ରକକୁ ପୋଲିସ ଅଟକାଇ ଯାଂଚ କରିଥଲା । ଜବତ ଗାଡିର ୨୮ଟି ବ୍ୟାଗରୁ ୭୦ କେଜି ୪୦୦ ଗ୍ରାମର ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହା ସହ ଦୁଇ ଜଣଙ୍କୁ ଗିରଫ କରିଛି ମାଛକୁଣ୍ଡ ପୋଲିସ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କୋରାପୁଟ ମାଛକୁଣ୍ଡ ପୁଲିସକୁ ବଡ଼ ସଫଳତା : ପଇଡ଼ ଗାଡ଼ିରେ ଗଂଜେଇ ଚୋରାଚାଲାଣ ଧରିଲା ପୋଲିସ
/kanak/media/post_attachments/wp-content/uploads/2021/08/10-27.jpg)