ମାଲକାନଗିରିରୁ ସାମ୍ନାକୁ ଆସିଲା ସବୁଜ ଜହର କାରବାରରେ ପୁଲିସ ଲିଙ୍କ । ଗଂଜେଇ ମାଫିଆଙ୍କ ଗାଡି ପାର୍ କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ପୁଲିସ ଅଧିକାରୀଙ୍କୁ ଗିରଫ କଲା ପୁଲିସ

395

କନକ ବ୍ୟୁରୋ: ପୁଲିସକୁ ବାନ୍ଧିଲା ପୁଲିସ । ମାଲକାନଗିରିରୁ ସାମ୍ନାକୁ ଆସିଛି ସବୁଜ ଜହର କାରବାରରେ ପୁଲିସ ଲିଙ୍କ । ଗଂଜେଇ ମାଫିଆଙ୍କ ଗାଡି ପାର୍ କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ପୁଲିସ ଅଧିକାରୀଙ୍କୁ ଗିରଫ କରିଛି ପୁଲିସ ।

ଛଅଦିନ ତଳେ ଏଏସଆଇ, ହୋମଗାର୍ଡ  ଓ ଶ୍ରୀ ପଟ୍ଟନାୟକ ଖଇରପୁଟ ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଉକ୍ତ ରାସ୍ତାଦେଇ ଏକ ଗାଡି ଦ୍ରୁତ ଗତିରେ ଯାଉଥିଲା । ସନ୍ଦେହ ହେବାରୁ କର୍ମଚାରୀମାନେ ଗାଡିଟିକୁ ଗୋଡାଇ ଧରିଥିଲେ । ଯାଞ୍ଚବେଳେ ସମ୍ପୃକ୍ତ ଚାଳକ ଗାଡିର କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ । ତେବେ ମାଲିକଙ୍କଠାରୁ ଲାଞ୍ଚ ନେଇ ତିନି ପୁଲିସ କର୍ମଚାରୀ ଗାଡିକୁ ଛାଡି ଦେଇଥିଲେ । ସେହି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ପରେ ଜଣାପଡିଥିଲା । ଏହି ଘଟଣାଟି ପୁଲିସ ମହଲରେ ବେଶ୍‌ ଚର୍ଚ୍ଚାର ହୋଇଥିଲା।

ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବିଭାଗୀୟ କର୍ତ୍ତୃପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । କାଗଜପତ୍ର ନଥାଇ ଗାଡି ଛାଡିବା ଓ ଲାଞ୍ଚନେବା ଅଭିଯୋଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।