ମାଲକାନଗିରିରେ ଗଂଜେଇ ଚୋରାଚାଲାଣର ନୂଆ ତରିକା। ପାଣି ଟ୍ୟାଙ୍କରରେ ବାହାର ରାଜ୍ୟକୁ ଚାଲାଣ ହେଉଛି କ୍ୱିଂଟାଲ କ୍ୱିଂଟାଲ ଗଂଜେଇ

ରାତି ଅଧରେ ଧରିଲା ମାଥିଲି ପୋଲିସ

326

କନକ ବ୍ୟୁରୋ: ପାଣି ଟ୍ୟାଙ୍କରରେ ଗଂଜେଇ ଚୋରା ଚାଲାଣ । ଅଭିନବ ଉପାୟରେ ଗଂଜେଇ ଚୋରା ଚାଲାଣ ର ଖବର ଆସିଛି ମାଲାକନଗିରି ଜିଲ୍ଲାରୁ । ଦେଢ କୋଟି ମୁଲ୍ୟର ପ୍ରାୟ ୧୫ କୁଇଟାଂଲ ଗଂଜେଇ ଚିତ୍ରକୋଣ୍ଡା ଦେଇ ବାହାର ରାଜ୍ୟ କୁ ଚୋରା ଚଲାଣ ହୋଉ ଥିବା ବେଳେ ମାଥିଲି ପୁଲିସ ହାତରେ ଧରା ପଡିଛି । ପୂର୍ବରୁ ତେଲ ଟ୍ୟାଙ୍କର, ଲୁଣ, ନଡିଆ ବୋଝେଇ ଟ୍ରକ ଓ ଆମ୍ବୁଲାନ୍ସ ରେ ଗଂଜେଇ ଚାଲାଣ ର ନଜିର ରହିଥିବା ବେଳେ ଚଳିତ ବର୍ଷ ୨୨ କ୍ୱିଂଟାଲ ଗଂଜେଇ ଜବତ କରିବାରେ ସଫଳ ହୋଇଛି ପୁଲିସ ।

ତେବେ ବାରମ୍ବାର ଏପରି ଭାବରେ ଗଂଜେଇ ଚୋରାଚାଲାଣ ଓଡିଶାରୁ ପଡୋଶୀ ରାଜ୍ୟକୁ ହେଉଛି । ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ସମୟରେ ଏପରି ଅଭିନବ ପ୍ରୟାସରେ ମାଲକାନଗିରିରୁ ଗଂଜେଇ ଚାଲାଣ ହେଉଛି । ଏପରିକି ଚୋରା ବେପାରୀମାନେ ପାଣି ଟ୍ୟାଙ୍କରରେ ମଧ୍ୟ ଗଂଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି । ତେବେ ଏହି ଚୋରାଚାଲାଣ ସମ୍ପର୍କରେ ମାଥିଲି ପୁଲିସ କୌଣସି ପ୍ରକାରରେ ସୂଚନା ପାଇବା ପରେ ଏହାର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି । କେବଳ ପଡୋଶୀ ରାଜ୍ୟ ନୁହେଁ ବରଂ ସାରା ଦେଶକୁ ଏହି ର‌୍ୟାକେଟ ଲମ୍ବିଥିବା ସୂଚନା ମିଳିଛି ।