କନକ ବ୍ୟୁରୋ: ପାଣି ଟ୍ୟାଙ୍କରରେ ଗଂଜେଇ ଚୋରା ଚାଲାଣ । ଅଭିନବ ଉପାୟରେ ଗଂଜେଇ ଚୋରା ଚାଲାଣ ର ଖବର ଆସିଛି ମାଲାକନଗିରି ଜିଲ୍ଲାରୁ । ଦେଢ କୋଟି ମୁଲ୍ୟର ପ୍ରାୟ ୧୫ କୁଇଟାଂଲ ଗଂଜେଇ ଚିତ୍ରକୋଣ୍ଡା ଦେଇ ବାହାର ରାଜ୍ୟ କୁ ଚୋରା ଚଲାଣ ହୋଉ ଥିବା ବେଳେ ମାଥିଲି ପୁଲିସ ହାତରେ ଧରା ପଡିଛି । ପୂର୍ବରୁ ତେଲ ଟ୍ୟାଙ୍କର, ଲୁଣ, ନଡିଆ ବୋଝେଇ ଟ୍ରକ ଓ ଆମ୍ବୁଲାନ୍ସ ରେ ଗଂଜେଇ ଚାଲାଣ ର ନଜିର ରହିଥିବା ବେଳେ ଚଳିତ ବର୍ଷ ୨୨ କ୍ୱିଂଟାଲ ଗଂଜେଇ ଜବତ କରିବାରେ ସଫଳ ହୋଇଛି ପୁଲିସ ।
ତେବେ ବାରମ୍ବାର ଏପରି ଭାବରେ ଗଂଜେଇ ଚୋରାଚାଲାଣ ଓଡିଶାରୁ ପଡୋଶୀ ରାଜ୍ୟକୁ ହେଉଛି । ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ସମୟରେ ଏପରି ଅଭିନବ ପ୍ରୟାସରେ ମାଲକାନଗିରିରୁ ଗଂଜେଇ ଚାଲାଣ ହେଉଛି । ଏପରିକି ଚୋରା ବେପାରୀମାନେ ପାଣି ଟ୍ୟାଙ୍କରରେ ମଧ୍ୟ ଗଂଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି । ତେବେ ଏହି ଚୋରାଚାଲାଣ ସମ୍ପର୍କରେ ମାଥିଲି ପୁଲିସ କୌଣସି ପ୍ରକାରରେ ସୂଚନା ପାଇବା ପରେ ଏହାର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି । କେବଳ ପଡୋଶୀ ରାଜ୍ୟ ନୁହେଁ ବରଂ ସାରା ଦେଶକୁ ଏହି ର୍ୟାକେଟ ଲମ୍ବିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/GANJA.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-18-at-8.10.14-AM-300x226.png)