କୋର୍ଟରେ ଗ୍ୟାଙ୍ଗୱାର: ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରର ଶୁଣାଣି ପାଇଁ ଯିବାବେଳେ ଟିଲ୍ଲୁ ଗ୍ୟାଙ୍ଗର ଆଖିବୁଜା ଗୁଳି ଚାଳନା

96

କନକ ବ୍ୟୁରୋ: ଦିଲ୍ଲୀ ରୋହିଣି କୋର୍ଟରେ ଗୁଳିକାଣ୍ଡ । ଓକିଲ ବେଶରେ କୋର୍ଟ ଭିତରେ ପଶି ଆଖିବୁଜା ଗୁଳି ଚଳାଇଛନ୍ତି ଅପରାଧୀ । ଗୁଳିକାଣ୍ଡରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗିର ମୃତ୍ୟୁ ହୋଇଛି । ତେବେ ତାକୁ ମାରିବାକୁ ଆସିଥିବା ଦୁଇଜଣ କ୍ରିମିନାଲ ମଧ୍ୟ ପୋଲିସ୍ ଗୁଳିରେ ନିହତ ହୋଇଛନ୍ତି ।

ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଦୁଇ ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡ । ଏଥିରେ ମୋଷ୍ଟ ୱାଂଟେଡ କ୍ରିମିନାଲ ଜିତେନ୍ଦ୍ର ଗୋଗିର ମୃତ୍ୟୁ ହୋଇଛି । ଗୁଳିକାଣ୍ଡ କରିଥିବା ୨ ଜଣ ଅପରାଧୀ ଦିଲ୍ଲୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ଏହି ଘଟଣାରେ ୩ ଜଣ ଅପରାଧଙ୍କର ମୃତ୍ୟୁ ହୋଇଛି । ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରର ଶୁକ୍ରବାର ରୋହିଣୀ କୋର୍ଟରେ ଶୁଣାଣିଥିବାବେଳେ ତାକୁ କୋର୍ଟକୁ ନେବା ସମୟରେ ଗୁଳିକାଣ୍ଡ ଘଟିଛି । ଜିତେନ୍ଦ୍ରକୁ ହତ୍ୟା କରିବା ପାଇଁ ଅନ୍ୟ ଗ୍ୟାଙ୍ଗର ୨ଜଣ ଅପରାଧି ଆଖିବୁଜା ଗୁଳି ଚଳାଇଥିଲେ ।

ଗୁଳି ଶବ୍ଦ ଶୁଣି ଉପସ୍ଥିତ ଲୋକେ ଭୟରେ ଏଠି ସେଠି ଦୌଡି ପଳାଇ ନିଜ ଜୀବନ ବଂଚାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଦଳାଚକଟାରେ ଜଣେ ମହିଳା ଗୁରୁତର ହୋଇଥିବା ସୁଚନା ମିଳିଛି ।

ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଜିତେନ୍ଦ୍ର ହେଉଛି ଜଣେ କୁଖ୍ୟାତ ଓ ପେସାଦାର ଅପରାଧୀ । ତାକୁ ପୁର୍ବରୁ ପୋଲିସ ବହୁବାର ଗିରଫ କରିଛି । ନିକଟରେ ସେ ଦିଲ୍ଲୀର ତିହାର ଜେଲ୍ ରେ ବନ୍ଦି ଥିଲା । କୌଣସି ଏକ ଅପରାଧିକ ମାମଲାର ଶୁକ୍ରବାର ରୋହିଣୀ କୋର୍ଟରେ ତାର ଶୁଣାଣି ଥିବାରୁ ତାକୁ କୋର୍ଟକୁ ଅଣାଯାଇଥିଲା । ସେହି ସମୟରେ ଦୁଇଜଣ ଅପରାଧି ଓକିଲ ବେଶରେ କୋର୍ଟ ପରିଷରରେ ପଶି ଆଖିବୁଜା ଗୁଳିଚାଳନା କରିଥିଲେ ଅନ୍ୟ ଗ୍ୟାଙ୍ଗର ଅପରାଧି । ଯେଉଁମାନେ ପୋଲିସ ଗୁଳିରେ ନିହତ ହୋଇଛନ୍ତି ।

ଦିଲ୍ଲୀର ଟିଲ୍ଲୁ ଗ୍ୟାଙ୍ଗର ସଦସ୍ୟ ଏହି ଘଟଣା ଘଟାଇଥିବା ପୋଲିସ ସ୍ପଷ୍ଟ କରିଛି । ଏଥିରେ ସମ୍ପୃକ୍ତ ଜଣେ ଅପରାଧୀ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଥିବା ପୋଲିସ କହିଛି । ତେବେ କୋର୍ଟ ଭଳି ଏକ ସୁରକ୍ଷିତ ପରିବେସରେ ଗ୍ୟାଙ୍ଗୱାରକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।