କନକ ବ୍ୟୁରୋ : ବିସିସିଆଇର ୩୯ତମ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ନିଆରା ଅନ୍ଦାଜରେ ଏହି ପଦ ଗ୍ରହଣ କରିଛନ୍ତି ଗାଙ୍ଗୁଲି । ବିସିସିଆଇ ସଭାପତି ପଦ ଭାର ଗ୍ରହଣ ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ସୌରଭ । ତେବେ ଏହି ସାମ୍ବାଦିକ ସମ୍ମଳନୀରେ ସୌରଭଙ୍କୁ ପୁରୁଣା ବ୍ଲେଜରରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିସିସିଆଇର ଲୋଗୋ ରହିଥିଲା ।
ସଭାପତି ଭାବେ ଏଭଳି ବ୍ଲେଜର ପିନ୍ଧିବା ପଛର କାରଣ ମଧ୍ୟ କହିଥିଲେ ଗାଙ୍ଗୁଲି । ସୌରଭ କହିଥିଲେ ଯେ, ମୁଁ ଯେତେବେଳେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ହୋଇଥିଲି, ସେତେବେଳେ ମୋତେ ଏହି ବ୍ଲେଜର ମିଳିଥିଲା। ସେଥିପାଇଁ ମୁଁ ଏହି ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀ ଯିବାକୁ ଇଚ୍ଛା କରିଥିଲି।
#WATCH Sourav Ganguly while addressing media after taking charge as the President of Board of Control for Cricket (BCCI) in Mumbai: I got this (blazer) when I was the Captain of India. So, I decided to wear it today. But, I didn't realize it's so loose. pic.twitter.com/FgwYmfsyO8
— ANI (@ANI) October 23, 2019
ଗାଙ୍ଗୁଲି କହିଛନ୍ତି, ମୁଁ ତ ଭାବି ନେଇଥିଲି ଯେ, ଏହି ବ୍ଲେଜର ହିଁ ପିନ୍ଧିବି। ମାତ୍ର ମୋତେ ଏହା ବିଶ୍ୱାସ ନ ଥିଲା ଯେ, ବ୍ଲେଜର ଏତେ ଢିଲା ହୋଇଯିବ। କାରଣ ଏହି ବ୍ଲେଜର ମୁଁ ଯେତେବେଳେ ଅଧିନାୟକ ହୋଇଥିଲି, ସେହି ସମୟରେ ମିଳିଥିଲା। ସୂଚନାଯୋଗ୍ୟ ୧୯୯୯ରେ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଟିମର ଅଧିନୟକ ହୋଇଥିଲେ। ସେତେବେଳେ ବିସିସିଆଇ ତରଫରୁ ଏହି ବ୍ଲେଜର ତାଙ୍କୁ ମିଳିଥିଲା ।