ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ଉପରେ ପ୍ରଶ୍ନ ଉଠାଇଲେ ସୌରଭ ଗାଙ୍ଗୁଲି । ଜାଣନ୍ତୁ କ’ଣ କହିଲେ ଦାଦା ।
କନକ ବ୍ୟୁରୋ : ୨୦୧୯ ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ହୋଇସାରିଛି । ଆଉ ଏହି ଗସ୍ତ ପାଇଁ କିଛି ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କିଛି ନୂଆ ଖେଳାଳୀଙ୍କୁ ସୁଯୋଗ ମିଳିଛି । ତେବେ ଭାରତୀୟ କ୍ରିକେଟ ଟିମର ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଖେଳାଳୀଙ୍କ ଚୟନ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଙ୍ଗୁଲି । ଟ୍ୱିଟ୍ ମାଧ୍ୟମରେ ଚୟନକର୍ତାଙ୍କୁ ପ୍ରଶ୍ନ କରିଛନ୍ତି ସୌରଭ ।
Kanak News is now on WhatsApp
Join and get latest news updates delivered to you via WhatsApp
ଦିନିକିଆ ଦଳରେ ଆଜିଙ୍କ୍ୟ ରାହାଣେଙ୍କୁ କ’ଣ ପାଇଁ ସାମିଲ କରାଯାଇ ନାହିଁ ବୋଲି ଟ୍ୱିଟରେ ପ୍ରଶ୍ନ କରିବା ସହ ଚୟନ କମିଟିର ଏପରି ନିଷ୍ପତି ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ଗାଙ୍ଗୁଲି । ଏପରିକି ଚୟନ କମିଟିକୁ ଟ୍ୱିଟରେ ପରାମର୍ଶ ଦେବାକୁ ପଛଘୁଂଚା ଦେଇନାହାନ୍ତି ଦାଦା । ଟ୍ୱଟରେ ଗାଙ୍ଗୁଲି ଲେଖିଛନ୍ତି ସମୟ ଆସିଯାଇଛି ଚୟନକର୍ତା ଲକ୍ଷ୍ୟ ଏବଂ ବିଶ୍ୱାସ ପାଇଁ ଖେଳାଳୀଙ୍କୁ ସବୁ ଫର୍ମାଟରେ ଦଳରେ ସାମିଲ କରିବା ଉଚିତ । ଏପରିକି କିଛି ଖେଳାଳୀ ଟିମରେ ଅଛନ୍ତି ଯିଏ ସବୁ ଫର୍ମାଟରେ ଟିମ୍ ପାଇଁ ଖେଳିଛନ୍ତି । ଆମକୁ ଖୁସି କରିବା ପାଇଁ ସେ ଖେଳନ୍ତିନି । ଦେଶ ପାଇଁ ଭଲ କରିବା ଲକ୍ଷ୍ୟରେ ଖେଳନ୍ତି ।
ସୌରଭ ଗାଙ୍ଗୁଲି ବିସିସିଆଇକୁ ଟ୍ୟାଗ କରି ଲେଖିଛନ୍ତି ଭଲ ଖେଳୁଥିବା ଖେଳାଳୀ ଆଜିଙ୍କ୍ୟ ରାହାଣେଙ୍କୁ କ’ଣ ପାଇଁ ଦିନିକିଆ ଦଳରେ ସାମିଲ କରାଯାଇ ନାହିଁ । ଏପରି ନିଷ୍ପତି ମତେ ବ୍ୟତିବ୍ୟସ୍ତ କରିଛି । ବିଦେଶ ମାଟିରେ ରାହାଣେଙ୍କ ରେକର୍ଡ଼ର୍ ଖୁବ ଭଲ ଥିଲା । ଯେତେବେଳେ ମହେନ୍ଦ୍ର ସିଂ ଧୋନି ଟିମରେ ନାହାନ୍ତି ସେହି ସମୟରେ ମିଡ଼ିଲ ଅର୍ଡ଼ରରେ ଟିମକୁ ତାଙ୍କ ଆବଶ୍ୟକତା ଥିଲା ବୋଲି ଏପରି ଆଶା କରାଯାଉଥିଲା । ଅନ୍ୟପଟେ ଯୁବ ଖେଳାଳୀ ଶୁଭମାନ ଗିଲଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇନଥିବାକୁ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଗାଙ୍ଗୁଲି । ବିସିସିଆଇ ପରାମର୍ଶ ଦାତା ଟିମର ସଦସ୍ୟ ମଧ୍ୟ ଅଛନ୍ତି ସୌରଭ । ୩ ଅଗଷ୍ଟରୁ ୱେଷ୍ଟେଇଣ୍ଡିଜ ଗସ୍ତ କରିବ ଭାରତୀୟ ଟିମ୍ । ସେଠାରେ ୩ଟି ଟି-୨୦ ମ୍ୟାଚ, ୩ଟି ଦିନିକିଆ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ ।