ପଶ୍ଚିମବଙ୍ଗରେ ଗାଙ୍ଗୁଲି ହେବେ କି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୋଦିଙ୍କ ରାଲିକୁ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ ପରେ ବଢିଲା ଆକଳନ ।

496

କନକ ବ୍ୟୁରୋ: ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏତିକି ବେଳେ ବେଙ୍ଗଲ ପାଇଁ ବିଜେପିର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ଦଳକୁୁ ଚିନ୍ତା ଘାରିଛି । ତେବେ ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ଗାଙ୍ଗୁଲିଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଗାଙ୍ଗୁଲିଙ୍କୁ ବିଜେପି ନିମନ୍ତ୍ରଣ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି ।

ମାର୍ଚ୍ଚର୍ ୭ ତାରିଖରେ କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶ ରାଲି ରହିଛି । କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଏହି ରାଲି କରିବେ ମୋଦି । ଏଠାକୁ ସାମିଲ ହେବାକୁ ସୌରଭ ଗାଙ୍ଗୁଲିଙ୍କୁ ବିଜେପି ନିମନ୍ତ୍ରଣ କରିଥିବା ସୂଚନା ମିଳିଛି । ଏହି ସମୟରେ ଗାଙ୍ଗୁଲି ବିଜେପିର ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୌରଭ ଗାଙ୍ଗୁଲିଙ୍କ ହୋମ୍ ଟାଉନ୍ କୋଲକାତା ଅଟେ । ତେଣୁ ଗାଙ୍ଗୁଲିଙ୍କ ପ୍ରତି ପଶ୍ଚିମବଙ୍ଗରେ ଲୋକଙ୍କର ଭାବାବେଗ ଜଡିତ । ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଭାରତର ପୂର୍ବତନ କ୍ରିକେଟରଙ୍କୁ ନିମନ୍ତ୍ରଣ କରି ଲୋକଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରିବାକୁ ଯୋଜନା କରିଛି ବିଜେପି ।

ବିଜେପିର ନିମନ୍ତ୍ରଣ ନେଇ ସୌରଭ ଗାଙ୍ଗୁଲିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଗତ ଜାନୁଆରୀ ୩୧ ତାରିଖରୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରଠାରୁ ସେ ଘରେ ବିଶ୍ରାମ ନେଉଛନ୍ତି । ତେଣୁ ମୋଦିଙ୍କ ମାର୍ଚ ୭ ତାରିଖ ରାଲିରେ ସେ ଯୋଗ ଦେବେ କି ନାହିଁ ତାହା ବି ସ୍ପଷ୍ଟ ହୋଇନି ।