କନକ ବ୍ୟୁରୋ : ଆସିଲା ଗଙ୍ଗୁବାଇ – କାଠିୱାଡିର ନୂଆ ରିଲିଜ୍ ଡେଟ୍ । ଯାହାକୁ ନେଇ ଘୋଷଣା କରିଛନ୍ତି ନିର୍ଦ୍ଦେଶକ ସଂଜୟ ଲିଲା ଭଂସାଲୀ । ଫେବ୍ରୁଆରୀ ୨୫ ତାରିଖରେ ପରଦାକୁ ଆସିବା ନେଇ ଅଫିସିଆଲ ଘୋଷଣା କରିଛନ୍ତି ଭଂସାଲୀ । ଏହାସହ ଫିଲ୍ମର ଲିଡ୍ ଷ୍ଟାର ଆଲିଆ ଭଟ୍ଟ ଓ ଅଜୟ ଦେବଗନ ମଧ୍ୟ ନିଜ ସୋସିଆଲ ମିଡିଆ ଜରିଆରେ ଗଙ୍ଗୁବାଇର ନୂଆ ରିଲିଜ୍ ତାରିଖ ନେଇ ଘୋଷଣା କରିଛନ୍ତି । ପୂର୍ବରୁ ୬ ଜାନୁଆରୀ ୨୦୨୨ରେ ଫିଲ୍ମ ରିଲିଜ ହେବାକୁ ସ୍ଥିର ହୋଇଥିଲା ।

Advertisment

ତେବେ କରୋନା କଟକଣା ପାଇଁ ଏହି ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଥିଲା । ଆଉ ଏବେ ନୂଆ ତାରିଖକୁ ଘୋଷଣା କରାଯାଇଛି । ତେବେ ଏହି ସିନେମାଟି ଏକ ବାଓଗ୍ରାଫିକାଲ ଫିଲ୍ମ । ମୁମ୍ବାଇର ଜଣେ କମ୍ ବୟସର ଝିଅ ଗଙ୍ଗୁବାଇକୁ ବିକ୍ରି କରାଯିବା ପରେ ସେ ବେସ୍ୟାବୃତିକୁ ଆସେ । ଆଉ ଅନେକ ବାଧା ବିଘ୍ନକୁ ସାମ୍ନା କରି ମୁମ୍ବାଇର ଜଣେ ମାଫିଆ କୁଇନ୍ ସାଜେ ଗଙ୍ଗୁବାଇ । ପରେ ସେ ରାଜନୀତିରେ ବି ପ୍ରବେଶ କରେ । ଏଭଳି ଏକ ପ୍ରଭାବଶାଳୀ ଚରିତ୍ରକୁ ପରଦାରେ ତୁଲାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ବ୍ୟତୀତ ସାନ୍ତନୁ ମାହେଶ୍ୱରୀ, ବିଜୟ ରାଜ, ଇନ୍ଦିରା ତିୱାରି, ସୀମା ପାହ୍ୱା, ବରୁଣ କପୁର ଆଦି କଳାକାରଙ୍କୁ ଦେଖିବାକୁ ମିଳିବ ।