କାନାଡାରେ ପୁଣି ଗ୍ୟାଙ୍ଗୱାର । ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂଙ୍କୁ ହତ୍ୟା, ୨୦୧୭ରେ ନକଲି ପାସପୋର୍ଟ ସହାୟତାରେ କରିଥିଲା ପଳାୟନ

224

କନକ ବ୍ୟୁରୋ : କାନାଡାର ୱିନିପେଗ୍ ସିଟିରେ ଆକ୍ରମଣକାରୀଙ୍କ ଗୁଳିରେ ନିପାତ ହୋଇଛି ଖଲିସ୍ତନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂ ଓରଫ ସୁଖା । । ସୁଖାର ଫଟୋ ଭାରତୀୟ ତଦନ୍ତକାର ସଂସ୍ଥା ଏନଆଇଏ ଦିନକ ତଳେ ଜାରି କରିଥିଲା । ଏହି ତାଲିକାର ୩୩ ନମ୍ବରରେ ଥିବା ଗ୍ୟାଙ୍ଗଷ୍ଟର ଘର ହେଉଛି ପଞ୍ଜାବର ମୋଗାରେ । ଭାରତରେ ୫ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସୁଖଦୁଲ ସିଂହକୁ କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କ ସରକାରରେ ଅତିଥି କରି ରଖାଯାଇଥିଲା । କିନ୍ତୁ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ଏବଂ ଗ୍ୟାଙ୍ଗଷ୍ଟର ଅର୍ଶଦୀପ ସିଂହଙ୍କ ଡାହାଣ ହାତ ଥିବା ସୁଖାଙ୍କୁ କାନାଡାରେ ହତ୍ୟା କରିଦିଆଯାଇଛି ।

କିଏ ଏହି ସୁଖା?
– କାନାଡାରେ ସୁଖା କ୍ୟାଟେଗୋରୀ-ଏ’ ଗ୍ୟାଙ୍ଗଷ୍ଟର
– ସୁଖା ପଞ୍ଜାବର ମୋଗାରେ ରହୁଥିଲେ
– ୨୦୧୭ରେ ନକଲି ପାସପୋର୍ଟ ସହାୟତାରେ କାନାଡା ପଳାୟନ କରିଥିଲା
– ଏହା ପରେ ଖଲିସ୍ତାନୀ ଆତଙ୍କୀଙ୍କ ସହ ସାମିଲ ହୋଇଥିଲା
– ଆତଙ୍କବାଦୀ ଅର୍ଶଦୀପ ସିଂହଙ୍କ ଅତି ନିକଟତର ଥିଲା

କେବଳ ସୁଖା ନୁହେଁ, ୧୦ରୁ ଅଧିକ ପଳାତକ ଆତଙ୍କବାଦୀ କାନାଡାରେ ଶରଣ ନେଇଛନ୍ତି । ଭାରତର ତଦନ୍ତକାରୀ ଏଜେନ୍ସି ଏନଆଇଏ ଯେଉଁ ତାଲିକା ଜାରି କରିଛି, ସେଥିରେ ଅଧିକାଂଶ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀଙ୍କ ନାଁ ରହିଛି । ଆଉ ଏମାନଙ୍କ ବିରୋଧରେ ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଓ ଦାବାବଟି ଭଳି ଆଉ କିଛି ସଙ୍ଗୀନ ମାମଲା ରହିଛି । ତେବେ ଏନଆଇଏକୁ ଯେଉଁ ୬ ବଡ଼ ଅପରାଧି ବା ଆତଙ୍କବାଦୀଙ୍କ ସନ୍ଧାନ ରହିଛି, ସେଥିରେ ଅଛି ଖଲିସ୍ତାନୀର ଅର୍ଶଦୀପ ସିଂହ । ଅର୍ଶଦୀପ ନିକଟରେ କଂଗ୍ରେସ ନେତାଙ୍କୁ ହତ୍ୟା କରିଥିଲା । ସେହିପରି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲା ଗୋଲ୍ଡି ବ୍ରାର । ଆଉ ଏହି ଅପରାଧିଙ୍କୁ ଅତିଥି କରି ନିଜ ଦେଶରେ ରଖୁଛନ୍ତି ଟ୍ରୁଡୋ ସରକାର । ଯେଉଁଭଳି ଭାବେ ଏହି ଅପରାଧୀ ପରସ୍ପର ସହ ଗ୍ୟାଙ୍ଗୱାରରେ ଜୀବନ ହରାଉଛନ୍ତି, ସେଥିରେ ଲଗାମ ଲଗାଇବାରେ ବିଫଳ ଟ୍ରୁଡୋ ସରକାର ଭାରତ ଉପରେ ଦୋଷ ଲଦି ବର୍ତିଯିବାକୁ ଚାହୁଁଛନ୍ତି ।

କାନାଡାରେ ଭାରତ ଉପରକୁ ଅଙ୍ଗୁଳି ଉଠାଇ ନ୍ୟୁୟର୍କ ପହଂଚିଥିବା ପ୍ରଧାନମନ୍ତ୍ରୀ ଟ୍ରୁଡୋ, ବିଦେଶୀ ଗଣମାଧ୍ୟମଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । କାନାଡା ପ୍ରଧାନମନ୍ତ୍ରୀଙ୍କ ଏଭଳି ନୀରବତା ବଡ଼ ପ୍ରଶ୍ନ ଛିଡ଼ା କରୁଛି ।