ଟିଭିରେ ହାଇଦର ଏନକାଉଂଟରର ଖବର ଦେଖୁଥିଲା ଗ୍ୟାଙ୍ଗଷ୍ଟର ଟିଟୋ : ବ୍ରହ୍ମପୁର ଜେଲର ସ୍ପେଶାଲ ସେଲରେ ଅଛି ବନ୍ଦୀ

1,914

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଦେଖୁଥିଲା ଗ୍ୟାଙ୍ଗଷ୍ଟର ଏନକାଉଂଟର ଖବର । ଟିଭିରେ ଆସୁଥିଲା ଜଣେ ଗ୍ୟାଙ୍ଗଷ୍ଟର ଏନକାଉଂଟରର ଖବର, ଆଉ ସେହି ଖବରକୁ ଜେଲରେ ବସି ଦେଖୁଥିଲା ଆଉ ଜଣେ ଗ୍ୟାଙ୍ଗଷ୍ଟର। ହାଇଦର ଏନକାଉଂଟରର ଖବରକୁ ଦେଖୁଥିଲା ଗ୍ୟାଙ୍ଗଷ୍ଟର ଟିଟୋ । ଏବେ ବ୍ରହମପୁର ଜେଲରେ ଅଛି ଟିଟୋ  । ହାଇଦର ଏନକାଉଂଟର ଦିନ ଜେଲ କୋଠରୀରେ ବସି ଟିଭିରେ ହାଇଦର ଏନକାଉଂଟର ଖବର ଉପରେ ନଜର ରଖିଥିଲା ଟିଟୋ  । ହାଇଦରକୁ ନେଇ କ’ଣ ନୂଆ ଖବର ଆସୁଛି ତାକୁ ଭାରି ଆଗ୍ରହର ସହ ଦେଖୁଥିଲା ଗ୍ୟାଙ୍ଗଷ୍ଟର ଟିଟୋ ।

ହାଇଦର ଏକକାଉଂଟର ଘଟଣା ପରେ ଟିଟୋ ସେଦିନ କମନ ହଲରେ ଲାଗିଥିବା ଟିଭିରେ ପୁରା ନ୍ୟୁଜ୍ ଦେଖଇଥିଲା । ଏନକାଉଂଟର ଘଟଣା ପ୍ରସାରିତ ହେବା ପରେ ପରବର୍ତ୍ତୀ ଘଟଣାକ୍ରମ ଉପରେ ଲଗାତର ନଜର ରଖିଥିଲା ଟିଟୋ । ହାଇଦର ଓ ଟିଟୋ ଗୋଟିଏ ସମୟରେ ଏକାଠି କାମ କରୁଥିଲେ । ୧୯୮୦-୮୧ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଦର ଓ ଟିଟେ।। ଅପରାଧ ସାମ୍ରାଜ୍ୟ ମୁଣ୍ଡ ଟେକିଥିଲା  । ଉଭୟ ନିଜ ନିଜର ଗ୍ୟାଙ୍ଗ ଗଠନ କରି ନାନା ଅପରାଧ ଘଟାଇ ଚାଲିଥିଲେ  । ପରେ ଏମାନେ ପାଲଟିଯାଇଥିଲେ ଗ୍ୟାଙ୍ଗଷ୍ଟର  ।

ଅଂଚଳ ଭାଗବଂଟାକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ  । କିନ୍ତୁ ପରେ ଉଭୟ ଗ୍ୟାଙ୍ଗ ମଧ୍ୟରେ ବୁଝାମଣା ହୋଇଥିଲା  । ହାଇଦରର ଏନକାଉଂଟର ପରେ ଟିଟୋ ଏବେ ଭୟଭୀତ ଅବସ୍ଥାରେ ଥିବା ସୂଚନା ମିଳିଛି  । ଏମିତିକି ତାର ବ୍ୟବହାରରେ ମଧ୍ୟ ପରିବର୍ତନ ଆସିଥିବା ଲକ୍ଷ୍ୟ କରାଯାଉଥିବାର ସୂଚନା ମିଳିଛି  । ଅନ୍ୟ ବନ୍ଦୀମାନଙ୍କ ସହ ବେଶୀ କିଛି କଥାବର୍ତା କରୁ ନାହିଁ ଟିଟୋ  । ତାକୁ କଡ଼ା ସୁରକ୍ଷାରେ ରଖାଯାଇଥିବା ବେଳେ ୨୪ ଘଂଟିଆ ସିସିଟିଭି କ୍ୟାମରୋ ନଜରରେ ଟିଟୋକୁ ରଖାଯାଇଛି  ।