କନକ ବ୍ୟୁରୋ : ଭାରତରୁ ଫେରାର ହୋଇ କାନାଡାରେ ଲୁଚିଥିବା ଜଣେ ଗ୍ୟାଙ୍ଗଷ୍ଟାରର ମୃତ୍ୟୁ । ପଞ୍ଜାବରୁ ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଖବିନ୍ଦର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀବଙ୍କ ଅତ୍ୟନ୍ତ ଖାସ୍ ଭାବେ ଜଣାଶୁଣା ଥିଲା ସୁଖବିନ୍ଦର । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସୁଖବିନ୍ଦର ଏନଆଇଏର ହିଟଲିଷ୍ଟରେ ରହିଥିଲା । କାନାଡାରେ ରହୁଥିଲେ ମଧ୍ୟ ସୁଖବିନ୍ଦର ଭାରତରେ ନିଜର ନେଟୱର୍କ ବିଛାଇଥିଲା । କାନାଡାରୁ ଫୋନ୍ କଲ ଯୋଗେ ଦାଦାବଟି ଆଦାୟ ଠାରୁ ଆରମ୍ଭ କରି ଅପହରଣ କାମ କରାଉଥିଲା ସୁଖବିନ୍ଦର ।
ସୁଖବିନ୍ଦର ୨୦୧୭ରେ ଜାଲ ପ୍ରମାଣପତ୍ର ଦେଖାଇ ପାସପୋର୍ଟ ହାସଲ କରିଥିଲା । ସୁଖବିନ୍ଦର ସିଂ ନାଁରେ ମାମଲା ଥିଲେ ମଧ୍ୟ ଜାଲ ପ୍ରମାଣପତ୍ର କାରଣରୁ ଏହାର ଟେର ମଧ୍ୟ କେହି ପାଇନଥିଲେ । ପରେ କିଛି ପୋଲିସ କର୍ମୀଙ୍କ ସହଯୋଗରେ ସୁଖବିନ୍ଦର କାନାଡା ପାଇଁ ଭିସା ହାସଲ କରିବାରେ ସଫଳ ହୋଇଥିଲା । ଭିସା ମିଳିବା ମାତ୍ରେ ତଦନ୍ତକାରୀ ସଂସ୍ଥା ଆଖିରେ ଧୂଳି ଦେଇ କାନାଡା ଫେରାର ହୋଇଯିବାରେ ସଫଳ ହୋଇଥିଲା ସୁଖବିନ୍ଦର ।
ଏହାପୂର୍ବରୁ ଚଳିତବର୍ଷ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ କାନାଡାରେ ଗୁଳି ମାରି ହତ୍ୟା କରାଯାଇଥିଲା । ହରଦୀପର ହତ୍ୟା ପରେ ଖଲିସ୍ତାନୀ ସମର୍ଥକ କାନାଡା ସମେତ ଲଣ୍ଡନ, ଆମେରିକା ଓ ଅନ୍ୟ କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ସହ ଭାରତ ବିରୋଧୀ ନାରା ଦେଇଥିଲେ । ହରଦୀପ ସିଂ ମଧ୍ୟ ଏନଆଇଏର ଟପ୍ ଲିଷ୍ଟରେ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/b461504ece.jpg)