ଜେଲ ଭିତରେ ସଉକ କରୁଛି ଗ୍ୟାଙ୍ଗଷ୍ଟର । ଚୌଦ୍ୱାର ଜେଲରେ ଥାଇ ସ୍ମାର୍ଟ ଫୋନରେ ଉଠାଉଛି ସେଲ୍ଫି । ଗ୍ୟାଙ୍ଗଷ୍ଟରକୁ ସହାୟତା କରୁଛନ୍ତି କି ଜେଲ କର୍ମଚାରୀ?

କନକ ନ୍ୟୁଜ ହାତରେ ଏକ୍ସକ୍ଲୁସିଭ ଫଟୋ

582

କନକ ବ୍ୟୁରୋ: ଜେଲ ଭିତରେ ସଉକ କରୁଛି ଗ୍ୟାଙ୍ଗଷ୍ଟର । ଚୌଦ୍ୱାର ଜେଲରେ କିଭଳି ସେଲ୍ଫି ଉଠାଇଛି ଦୁର୍ଦ୍ଦାନ୍ତ ଅପରାଧୀ ତାର ଏକ୍ସକ୍ଲୁସିଭ ପ୍ରମାଣ କନକ ନୁଜ ହାତରେ ଲାଗିଛି । କିଛି ସାଥୀ କଏଦୀଙ୍କ ସହ ମୋବାଇଲରେ ସେଲ୍ଫି ଉଠାଇଛି ଗ୍ୟାଙ୍ଗଷ୍ଟର ସକିଲ । କେବଳ ସେଲ୍ଫି ଉଠାଇନାହିଁ ବରଂ ଏହି ଫଟୋ ଜେଲ ବାହାରକୁ ବି ଆସିଛି ।

ଏ ହେଉଛି ଗ୍ୟାଙ୍ଗଷ୍ଟର ସକିଲର ଏକ୍ସକ୍ଲୁସିଭ ସେଲ୍ଫି । ବଡ ପ୍ରଶ୍ନ ହେଉଛି ଗାର୍ଲଫ୍ରେଣ୍ଡ ଜରିଆରେ କ୍ରାଇମ ସିଣ୍ଡିକେଟ୍ ଚଳାଇଥିବା ଗ୍ୟାଙ୍ଗଷ୍ଟର ସକିଲ ଏବେ ବି ଜେଲ ଭିତରେ ବ୍ୟବହାର କରୁଛି ସ୍ମାର୍ଟଫୋନ । ଆଉ ଅତି ସଉକରେ ସେଲ୍ଫି ଉଠାଇ ଏହାକୁ ବାହାରକୁ ଛାଡୁଛି । କେମିତି ଜେଲ କଟକଣା ଭିତରେ ମୋବାଇଲ ବ୍ୟବହାର କରୁଛି ସକିଲ । ଏଥିପାଇଁ କିଏ ଅନୁମତି ଦେଇଛି । ୨୪ ଘଂଟିଆ ପହରା ଭିତରେ ସେଲ୍ଫି ଉଠାଇଲାବେଳେ ସକିଲକୁ କେହି ଜେଲ କର୍ମଚାରୀ ବାଧା ଦେଲେନାହିଁ କାହିଁକି ? ଆହୁରି ସାଂଘାତିକ ହେଉଛି, ଏହି ସେଲ୍ଫି ବାହାରକୁ ଆସିଲା କେମିତି ? କେହି ଜେଲ କର୍ମଚାରୀ ଗ୍ୟାଙ୍ଗଷ୍ଟରକୁ ସହାୟତା କରୁଛନ୍ତି କି ?

ଚୌଦ୍ୱାର ଜେଲରେ ଥାଇ ଦୁଇ ଦୁଇଜଣ ଗାର୍ଲଫ୍ରେଣ୍ଡଙ୍କ ଜରିଆରେ କ୍ରାଇମ ନେଟୱର୍କ ଚଳାଇଛି ସିକଲ । ପ୍ରଥମେ ନସରିନ ପରି ରେଶମ ସକିଲ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସହିତ ସମ୍ପର୍କରେ ରହି ଦାଦାବଟି ଆଦାୟ କରୁଥିଲେ । ଦୁହିଁଙ୍କୁ ପୋଲିସ ଗିରଫ କରିବା ପରେ ଜଣାପଡିଥିଲା ଗାର୍ଲ ଫ୍ରେଣ୍ଡ ଜରିଆରେ କିଭଳି କ୍ରାଇମ ସିଣ୍ଡିକେଟ୍ ଚଳାଇଥିଲା ଗ୍ୟାଙ୍ଗଷ୍ଟ ସକିଲ ।