ପୋଲିସ କବଜାରେ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ । ଧମକ ଦେଉଥିଲେ, ବଟି ଆଦାୟ କରୁଥିଲେ ।

275

କନକ ବ୍ୟୁରୋ : ପୋଲିସ ପଂଝାରେ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ମାନସୀ ନାୟକ ଓରଫ ବେବି । ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ବେବି । ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ମାନସୀ ନାୟକ ଓରଫ ବେବି । ଗ୍ୟାଙ୍ଗଷ୍ଟର ସକିଲର ଗାର୍ଲଫ୍ରେଣ୍ଡ । ଆଉ ବେବିକୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ପୁଲିସ । ଗତ ସପ୍ତାହେ ତଳେ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିଲା । ଆଉ ଏହି ଦୁର୍ବୃତଙ୍କୁ  ବେବି ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା ।

ମାନସୀ ଓରଫ ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ଏପରିକି ୨୦୧୫ ମସିହାରେ ବେବି ଏକ ହତ୍ୟା ମାମଲାରେ ଜେଲ ବି ଯାଇଥିଲା । ଆଉ ଜେଲରୁ ବାହାରିବା ପରେ ସକିଲ ପାଇଁ କାମ କରୁଥିଲା ।

ଗ୍ୟାଙ୍ଗଷ୍ଟର ଶକିଲ । କଟକରେ ଶକିଲ ନାଁରେ ବି ପୁଳା ପୁଳା ଅଭିଯୋଗ ରହିଛି । ଶକିଲ କଟକର ଏକାଧିକ ଦାଦାବଟି ଓ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ରହିଛି

– ଶକିଲକୁ ପୁଲିସ ଦୁଇଥର ଏକକାଉଣ୍ଟର ବି କରିଛି

– ଏବେ ଶକିଲ ଚୌଦ୍ୱାର ଜେଲରେ ଅଛି

କୁହାଯାଉଛି ଜେଲରେ ଥାଇ ସୁଦ୍ଧା ସକିଲ ନିଜର ଗାର୍ଲଫ୍ରେଣ୍ଡ ବେବି ଜରିଆରେ ନିଜର ନେଟୱର୍କ ଜାରି ରଖିଥିଲା । ବେବିକୁ ମୋହରା କରି ଦାଦବଟି ଆଦାୟ କରୁଥିଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବେବି ଉପରେ ନଜର ରଖିଥିଲା ପୁଲିସ । ପୂର୍ବରୁ ସକିଲର ଦୁଇଜଣ ମହିଳା ସହଯୋଗୀ ଗିରଫ ହୋଇସାରିଛନ୍ତି ।  ଏବେ ଶକିଲର ନେଟୱର୍କ ଚଳାଉଥିବା ବେବି ଗିରଫ ହେବା ପରେ ସକିଲ ସାମ୍ରାଜ୍ୟର କଳାଗୁମର ଖୋଲିବ ବୋଲି କୁହାଯାଉଛି ।