ଜେଲ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ପୁରୁଣା ୱାରେଂଟ ବଳରେ କାଲି ଗିରଫ କରିଥିଲା କଟକ ମାଲଗୋଦାମ ପୁଲିସ ।

ଜେଲ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ପୁରୁଣା ୱାରେଂଟ ବଳରେ କାଲି ଗିରଫ କରିଥିଲା କଟକ ମାଲଗୋଦାମ ପୁଲିସ ।

କନକ ବ୍ୟୁରୋ : ଜେଲ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । କଟକ ସିଜେଏମ କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି । ଗତକାଲି କୋର୍ଟଙ୍କ ଜାମିନ ବିହିନ ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରିଥିଲା କଟକ ମାଲଗୋଦାମ ପୋଲିସ । ଆଇପିସି ୩୦୭ ଧାରାରେ ରୁଜୁ ଥିବା ଏକ ପୁରୁଣା ମାମଲା ପାଇଁ ରାଜାଙ୍କୁ ପୋଲିସ ଗିରଫ କରିଛି ।

ଜୁଡୋ କୋଚ୍ ବିରଂଚି ନାରାୟଣ ଦାସ ହତ୍ୟା ଘଟଣାରେ ୨୦୦୮ ମେ ମାସରେ ଗିରଫ ହୋଇଥିବା ଏହି ଗ୍ୟାଙ୍ଗଷ୍ଟର ୨୦୧୮ ଏପ୍ରିଲରେ ଜେଲରୁ ମୁକୁଳିଥିଲେ । କିନ୍ତୁ ହଠାତ୍ ବୁଧବାର ଦିନ ରାଜା ଆଚାର୍ଯ୍ୟଙ୍କୁ ପୁଣି ଉଠାଇ ନେଇଥିଲା ପୁଲିସ । କୁହାଯାଉଛି, ଏକ ପୁରୁଣା ୱାରେଂଟ ବଳରେ ତାଙ୍କୁ କଟକ ମାଲଗୋଦାମ ପୁଲିସ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe