ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ । ଗିରଫ କଲା କମିଶନରେଟ ପୋଲିସ । ଗିରଫ ପରେ କ୍ୟାପିଟାଲ ଥାନାରେ ରାଜାକୁ ଜେରା । 

2,206

କନକ ବ୍ୟୁରୋ : ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ । ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ହେବା ପରେ ଏବେ କ୍ୟାପିଟାଲ ଥାନାରେ ରାଜାକୁ ଜେରା କରୁଛି ପୋଲିସ । ତେବେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତଦନ୍ତ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ତେବେ ରାଜା ଭୁବନେଶ୍ୱରରେ ଜଣେ ଲୋକଙ୍କୁ ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଦାବି କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି । ଏହାସହ ଆହୁରି ଅନେକ ଲୋକଙ୍କୁ ମଧ୍ୟ ଦାଦାବଟି ମାଗିଥିବା କୁହାଯାଉଛି ।

କମିଶନରେଟ ପୋଲିସ ପୂର୍ବରୁ ଦାଦାବଟି ଆଦାୟର ଦମନ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି । ତେବେ ରାଜା ଜଣେ ପେଶାଦାର ଅପରାଧି ହୋଇଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ପାରେ ପୋଲିସ । ଅନ୍ୟପକ୍ଷରେ ରାଜାକୁ ତଡି ପାର କରାଯାଇପାରେ ବୋଲି ମଧ୍ୟ କୁହାଯାଉଛି ।