ଗ୍ୟାଙ୍ଗଷ୍ଟର ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ: ମୁନ୍ନାକୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ  

266

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନ୍ନାକୁ ଆଜୀବନ କାରାଦଣ୍ଡ । ଆଳିରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ । ୧୧ବର୍ଷ ଧରି ବିଚାରଧିନ କଏଦୀ ଭାବେ ଜେଲରେ ଥିଲା ମୁନ୍ନା । ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ଦିଆଯାଇଛି । ୨୦୧୧ମସିହାରେ ଆଳିରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ରାୟ ଶୁଣାଇ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ କୋର୍ଟ । ସେ ୧୧ବର୍ଷ ହେବ ବିଭିନ୍ନ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ।