ହାଇଦର ହଜିଗଲା ପରେ ପତ୍ତା ପାଉନି ଓଡିଶା ପୋଲିସ । ଜମ୍ବୁ ଦେଇ ଖସିଗଲା କି କୋଲକାତା ? ରାଜ୍ୟ ବାହାରେ ବି ଜାରି  ରହିଛି ଛାନଭିନ ।

277

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରକୁ କଲିକତାରେ ଖୋଜୁଛି ଓଡିଶା ପୋଲିସ  । କମିଶନରେଟ ପୋଲିସର ଏସିପି ର୍ୟାଙ୍କର ଅଫିସରଙ୍କ ସହିତ ୫ଜଣିଆ ଟିମ ଗତ ୨ ଦିନ ହେଲା ହାଇଦରକୁ ଖୋଜୁଛନ୍ତି । କାରଣ କଲିକତା ସହ ଗୋରୁ କାରବାରରେ ହାଇଦର ଓ ଟିଟୋର ସମ୍ପୃକ୍ତି ରହିଛି । ପୋଲିସ ସନ୍ଦେହ କରୁଛି, ଏହି ନେଟୱର୍କକୁ ବ୍ୟବହାର କରି ହାଇଦର କଲିକତାରେ ଲୁଚି ଥାଇପାରେ ।

ପୋଲିସ ସନ୍ଦେହ କରୁଛି ହାଇଦର ତାର ବେଶ ବଦଳାଇ ଦେଇଛି । ଏପରିକି କଲିକତାରେ ହାଇଦରକୁ ଖୋଜୁଥିବା ପୋଲିସ ଟିମ ହାଇଦରର ବିଭିନ୍ନ ଗ୍ରାଫିକ୍ସ ଇମେଜ ପକେଟରେ ଧରି ବୁଲୁଛି । ଅର୍ଥାତ ବେଶ ବଦଳାଇଲେ ସେ କେମିତି ଦେଖାଯିବ ତାର ଏକ ଚିତ୍ର ନିଜ ପାଖରେ ରଖିଛି ପୋଲିସ ।

କଲିକତାରେ ଗ୍ୟାଙ୍ଗଷ୍ଟରକୁ ଖୋଜୁଥିବା ପୋଲିସ ଟିମର ଜଣେ ସଦସ୍ୟ କହିଛନ୍ତି, ହାଇଦରର କୌଣସି ପତ୍ତା ମିଳୁନାହିଁ । ଏହାରି ଭିତରେ ସାମନାକୁ ଆସିଛି ହାଇଦର ଫେରାର ପଛର ଷଡଯନ୍ତ୍ର । ଯେଉଁଥିରେ ସାମିଲ ଅଛି ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁ । କଟକ ଡିସିପି ପ୍ରତୀକ ସିଂ କହିଛନ୍ତି,  ହାଇଦର ଫେରାର ପଛରେ ହୋଇଥିବା ଷଡଯନ୍ତ୍ରରେ ସଲ୍ଲୁ ସାମିଲ ଥିବା ନିଜେ ସ୍ୱିକାର କରିଛି । ତେବେ ୟାକୁବକୁ ରିମାଣ୍ଡରେ ନେଲା ପରେ ଅଧିକ ପଚରାଉଚରା କରାଯିବ ।

ଅନ୍ୟପକ୍ଷରେ ଏସସିବିରେ ଚିକିିତ୍ସିତ ହେବା ପାଇଁ ଗ୍ୟାଙ୍ଗଷ୍ଟର ହାଇଦର କ୍ୟାବିନ ପାଇଁ ଆବେଦନ କରିଥିବା କଥା କହିଛନ୍ତି ଏସସିବିର ଜରୁରୀ କାଳିନ ଅଧିକାରୀ ଭୂବନାନନ୍ଦ ମହାରଣା । କ୍ୟାବିନ ଖୋଲାଥିବାରୁ ଏସସିବି ମୁଖ୍ୟ ତାକୁ କ୍ୟାବିନ ପାଇଁ ଅନୁମତି ଦେଇଥିଲେ ।

Comments are closed.