କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରକୁ କଲିକତାରେ ଖୋଜୁଛି ଓଡିଶା ପୋଲିସ । କମିଶନରେଟ ପୋଲିସର ଏସିପି ର୍ୟାଙ୍କର ଅଫିସରଙ୍କ ସହିତ ୫ଜଣିଆ ଟିମ ଗତ ୨ ଦିନ ହେଲା ହାଇଦରକୁ ଖୋଜୁଛନ୍ତି । କାରଣ କଲିକତା ସହ ଗୋରୁ କାରବାରରେ ହାଇଦର ଓ ଟିଟୋର ସମ୍ପୃକ୍ତି ରହିଛି । ପୋଲିସ ସନ୍ଦେହ କରୁଛି, ଏହି ନେଟୱର୍କକୁ ବ୍ୟବହାର କରି ହାଇଦର କଲିକତାରେ ଲୁଚି ଥାଇପାରେ ।
ପୋଲିସ ସନ୍ଦେହ କରୁଛି ହାଇଦର ତାର ବେଶ ବଦଳାଇ ଦେଇଛି । ଏପରିକି କଲିକତାରେ ହାଇଦରକୁ ଖୋଜୁଥିବା ପୋଲିସ ଟିମ ହାଇଦରର ବିଭିନ୍ନ ଗ୍ରାଫିକ୍ସ ଇମେଜ ପକେଟରେ ଧରି ବୁଲୁଛି । ଅର୍ଥାତ ବେଶ ବଦଳାଇଲେ ସେ କେମିତି ଦେଖାଯିବ ତାର ଏକ ଚିତ୍ର ନିଜ ପାଖରେ ରଖିଛି ପୋଲିସ ।
କଲିକତାରେ ଗ୍ୟାଙ୍ଗଷ୍ଟରକୁ ଖୋଜୁଥିବା ପୋଲିସ ଟିମର ଜଣେ ସଦସ୍ୟ କହିଛନ୍ତି, ହାଇଦରର କୌଣସି ପତ୍ତା ମିଳୁନାହିଁ । ଏହାରି ଭିତରେ ସାମନାକୁ ଆସିଛି ହାଇଦର ଫେରାର ପଛର ଷଡଯନ୍ତ୍ର । ଯେଉଁଥିରେ ସାମିଲ ଅଛି ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁ । କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇଦର ଫେରାର ପଛରେ ହୋଇଥିବା ଷଡଯନ୍ତ୍ରରେ ସଲ୍ଲୁ ସାମିଲ ଥିବା ନିଜେ ସ୍ୱିକାର କରିଛି । ତେବେ ୟାକୁବକୁ ରିମାଣ୍ଡରେ ନେଲା ପରେ ଅଧିକ ପଚରାଉଚରା କରାଯିବ ।
ଅନ୍ୟପକ୍ଷରେ ଏସସିବିରେ ଚିକିିତ୍ସିତ ହେବା ପାଇଁ ଗ୍ୟାଙ୍ଗଷ୍ଟର ହାଇଦର କ୍ୟାବିନ ପାଇଁ ଆବେଦନ କରିଥିବା କଥା କହିଛନ୍ତି ଏସସିବିର ଜରୁରୀ କାଳିନ ଅଧିକାରୀ ଭୂବନାନନ୍ଦ ମହାରଣା । କ୍ୟାବିନ ଖୋଲାଥିବାରୁ ଏସସିବି ମୁଖ୍ୟ ତାକୁ କ୍ୟାବିନ ପାଇଁ ଅନୁମତି ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/PHOTO-01005904.png)