ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ରରେ ସହଯୋଗୀ ୟାକୁବ ସାମିଲ ନେଇ କଟକ ଡିସିପିଙ୍କ ସୂଚନା । ରିମାଣ୍ଡରେ ନେଇ ହେବ ଅଧିକ ପଚରାଉଚରା ।

ଏସସିବି ଜରୁରୀକାଳିନ ଅଧିକାରୀଙ୍କ ସୂଚନା, କ୍ୟାବିନ ପାଇଁ ଆବେଦନ କରିଥିଲା ହାଇଦର

131

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ରହିଛି ଷଡଯନ୍ତ୍ର । ଏଥିରେ ସାମିଲ ଅଛି ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି । ଏବଂ ହାଇଦର ଫେରାର ପଛରେ ହୋଇଥିବା ଷଡଯନ୍ତ୍ରରେ ସଲ୍ଲୁ ସାମିଲ ଥିବା ନିଜେ ସ୍ୱୀକାର କରିଛି । ତେବେ ୟାକୁବକୁ ରିମାଣ୍ଡରେ ନେଲା ପରେ ଅଧିକ ପଚରାଉଚରା କରାଯିବ ବୋଲି କହିଛନ୍ତି ଡିସିପି । ତେବେ ସଠିକ ଦିଗରେ ତଦନ୍ତ ଚାଲିଥିବା ବେଳେ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାକୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏସସିବିରେ ଚିକିିତ୍ସିତ ହେବା ପାଇଁ ଗ୍ୟାଙ୍ଗଷ୍ଟର ହାଇଦର କ୍ୟାବିନ ପାଇଁ ଆବେଦନ କରିଥିଲା । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀ କାଳିନ ଅଧିକାରୀ ଭୂବନାନନ୍ଦ ମହାରଣା । ତେବେ କ୍ୟାବିନ ଖାଲିଥିବାରୁ ଏସସିବି ମୁଖ୍ୟ ତାକୁ କ୍ୟାବିନ ପାଇଁ ଅନୁମତି ଦେଇଥିଲେ । ହାଇଦର ଏକାଧିକ ରୋଗରେ ପୀଡିତ ଥିବା ବେଳେ ତାର ସାଧାରଣ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ହୋଇଛି ହେଲେ ଅସ୍ତ୍ରୋପଚାର ହୋଇନଥିବା ଏସସିବିର ଜରୁରୀ କାଳିନ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସିସିଟିଭି ସମ୍ପର୍କରେ ପୋଲିସକୁ ତଥ୍ୟ ଦିଆଯାଇଥିବା ସେ କହିଛନ୍ତି ।