ପୋଲିସ ହାତରେ ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ପ୍ରେସମିଟ୍ କରି ସୂଚନା ଦେଲେ କମିଶନର । 

861

କନକ ବ୍ୟୁରୋ: ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ଗିରଫ କରିଛି । ତେଲଙ୍ଗାନା ପୋଲିସ ସହ ମିଶି ଓଡିଶା ପୋଲିସ ହାଇଦରକୁ ଗିରଫ କରିଥିବା ନେଇ ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ଗତ ଏପ୍ରିଲ ୧୦ ତାରିଖରେ ଏସସିବି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ପୋଲିସକୁ ଚକମା ଦେଇ ହାଇଦର ଫେରାର୍ ହୋଇଯାଇଥିଲା । ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ହାଇଦର ଫେରାର୍ ହୋଇଯାଇଥିଲା । ଏଥିରେ ତାକୁ ତାର କିଛି ସହଯୋଗୀ ମଧ୍ୟ ସାହାଯ୍ୟ କରିଥିବା ପରେ ଖବର ମିଳିଥିଲା । ଏହାପରେ ହାଇଦର ରାଜ୍ୟ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଇଥିଲା । କିଛି ଦିନ ପାଇଁ ପୋଲିସ କଟକ ସହରରେ ମଧ୍ୟ ଚେକିଂକୁ କଡାକଡି କରିଥିଲା ।

ଏହାପରେ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ତେଲେଙ୍ଗାନା ପୋଲିସ ସହ ମିଶି ଆଜି ହାଇଦରକୁ ଗିରଫ କରିଛି । ହାଇଦର ଫେରାର୍ ହୋଇଯିବା ପରେ ଲୋକମାନଙ୍କ ମନରେ ପୋଲିସକୁ ନେଇ ଏକ ଅସନ୍ତୋଷ ଭାବନା ଦେଖିବାକୁ ମିଳିଥିଲା । ଏବେ ହାଇଦର ପୁଣି ଗିରଫ ହେବା ଘଟଣା ଅନେକଙ୍କୁ ଆଶ୍ୱସ୍ତି ଦେଇଛି ।