୧୨୦ ଘଣ୍ଟାର ଅପରେସନ : କେମିତି ଧରାପଡିଲା କୁଖ୍ୟାତ ଅପରାଧୀ ହାଇଦର…କାହାର ଥିଲା ହାତ ? ପୋଲିସ କମିଶନର କହିଲେ ପୁରା କାହାଣୀ

651

କନକ ବ୍ୟୁରୋ : ଦୀର୍ଘ ୧୨୦ ଘଣ୍ଟାର ଅପରେସନ ହାଇଦର । କେମିତି ଗିରଫ ହେଲା କୁଖ୍ୟାତ ଅପରାଧୀ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ କାହାଣୀ କହିଲେ ପୋଲିସ କମିଶନର । ହାଇଦର ଗିରଫ ହେବାରେ କଟକ ପୋଲିସକୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର । ୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନାରୁ ଗିରଫ କରାଯାଇଛି । ହାଇଦର ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜା କାଟୁଛି ।

ଏପ୍ରିଲ ୧୦ତାରିଖ ଅପରାହ୍ଣ ୪ଟାରୁ ଏସସିବିରୁ ଫେରାର ହୋଇଥିଲା । ସନ୍ଧ୍ୟା ୭ଟା ପରେ କମିଶନରେଟ ପୋଲିସକୁ ଖବର ମିଳିଥିଲା । ମହାରାଷ୍ଟ୍ର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଯାଇ ମଧ୍ୟ ପୋଲିସର ତଦନ୍ତ କରିଥିଲେ । ହାଇଦରର ପୁରୁଣା ସହ ଯୋଗୀଙ୍କୁ ଯୋଗାଯୋଗ କରିଥିଲୁ । ୧୧ତାରିଖରେ ଆନ୍ଧ୍ର ତେଲେଙ୍ଗାନା ଯିବାର ସୂଚନା ମିଳିଥିଲା । ୨ଟି ଟିମ୍ ତେଲେଙ୍ଗାନା ଯାଇ ତଦନ୍ତ କରିଥିଲେ ।

ଟେକ୍ନିକାଲ ୱେ’ରେ ପୋଲିସ ଧରିବାରେ ସଫଳ । ଟେକ୍ନିକାଲ ୱେ’ରେ ପୋଲିସ ତାର କଣ୍ଟାକ୍ଟ ଟ୍ରେସ୍ କରିଥିଲା । କିଛି ସିସିଟିଭିରୁ ସୁରାକ ମିଳିଥିଲା । ହାଇଦରର ସହଯୋଗୀ ୟାକୁବକୁ ମଧ୍ୟ ପଚରାଉଚରା କରାଯାଇଥିଲା । ସଡକ ପଥ ଦେଇ ଆନ୍ଧ୍ର ଯାଇଥିଲା ହାଇଦର । ଗୋଟିଏ ଗାଡିରେ ହାଇଦର ଫେରାର ନେଇ ସୂଚନା ମିଳିଥିଲା । ଚାଉଳିଆଗଞ୍ଜ ଓ ବାଦାମବାଡି ଥାନା ଅଧିକାରୀ ଟିମ୍ ଲିଡ୍ ନେଇଥିଲେ । ତେଲେଙ୍ଗାନାରୁ ଗିରଫ ପରେ ଆଜି ତାକୁ ଭୁବନେଶ୍ୱର ଅଣାଯାଇଥିଲା । ହାଇଦରର ୭ ଜଣ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି । ହାଇଦର କେମିତି ଫେରାର ହେଲା, କେଉଁ ବାଟ ଦେଇ ସେ ତେଲେଙ୍ଗାନା ଯାଇଥିଲା, ତାଙ୍କୁ ଏଥିରେ କିଏ ସହାୟତା କରିଥିଲା ସେ ନେଇ ଜେରା କରାଯିବ ।