କନକ ବ୍ୟୁରୋ: ହାଇଦର ମୃତ୍ୟୁ ନେଇ ପୋଲିସ ପକ୍ଷରୁ ସୂଚନା । ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହାଇଦରର ପେଟରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ବାଲେଶ୍ୱର ସିମୁଳିଆରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟ ହୋଇଥିଲା । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହାତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
#ଗ୍ୟାଙ୍ଗଷ୍ଟର_ହାଇଦର_ମୃତ_ସୂଚନା
ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ ସୂଚନା । ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କରିଥିଲା ଗୁଳି । #Haider #Gangster pic.twitter.com/a9XBksm6Ee— Kanak News (@kanak_news) July 24, 2021