କନକ ବ୍ୟୁରୋ: ପୋଲିସ କବଜାରେ ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ କଟକ ଏସଡିଜେଏମ କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯିବ । କୋର୍ଟରେ ହାଜର କରିବା ପୂର୍ବରୁ ହାଇଦରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋର୍ଟରେ ହାଜର ହେବା ପରେ ହାଇଦରକୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିବ । କେମିତି ସେ କଟକ ଏସସିବି ମେଡିକାଲରୁ ଫେରାର ହୋଇଗଲା ଓ ଏଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ତାର ଖୋଳତାଡ କରିବ କମିଶନରେଟ ପୋଲିସ ।
ହାଇଦର ଲିଙ୍କରେ ଥିବା ୭ଜଣଙ୍କୁ ପଚରାଉଚରା କରାଯାଉଛି । ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ପୂରା ଷଡଯନ୍ତ୍ର ଉପରୁ ପରଦା ହଟିବ । ଆଉ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର । ତେବେ କେମିତି ଥିଲା ୧୨୦ ଘଂଟାର ଅପରେସନ ହାଇଦର, ତାର ପୂରା କାହାଣୀ କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।ତେଲେଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ । ଏକ ବାଇକରେ ଯାଉଥିବା ବେଳେ ସ୍ଥାନୀୟ ପୋଲିସ ସହାୟତାରେ ତାକୁ କାବୁ କରିଥିଲେ କଟକରୁ ଯାଇଥିବା ଟିମ୍ । ହାଇଦରକୁ ବାଇକରେ ନେଉଥିବା ବ୍ୟକ୍ତି ଜଣକ ଅଣ ଓଡ଼ିଆ ବୋଲି ଜଣାପଡିଛି ।
ଗତକାଲି ରାତି ୭ଟାରେ ହାଇଦର ଧରାପଡିଥିବା ନେଇ ଖବର ମିଳିଥିଲା । ବିଳମ୍ବିତ ରାତିରେ ହାଇଦରକୁ ଜାହିରାବାଦ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରି ଟ୍ରାଂଜିଟ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ଆଜି ସକାଳୁ ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧା କଟକ ନିଆଯାଇଛି । ମଙ୍ଗଳାବାଗ ଥାନାରେ ତା ନାଁରେ ଫେରାର ମାମଲା ହୋଇଥିବାରୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/Haider-1-2.jpeg)