ଗ୍ୟାଙ୍ଗଷ୍ଟର ହାଇଦର ମୃତ । ପୋଲିସ ଏନକାଉଣ୍ଟରରେ ଗୁରୁତର ହୋଇଥିଲା ହାଇଦର ।

292

କନକ ବ୍ୟୁରୋ: ହାଇଦର ମୃତ୍ୟୁ ନେଇ ପୋଲିସ ପକ୍ଷରୁ ସୂଚନା । ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହାଇଦରର ପେଟରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ।

ଆଜି ବାଲେଶ୍ୱର ସିମୁଳିଆରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟ ହୋଇଥିଲା । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହାତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।