କଟକରେ ପହଞ୍ଚିଲା ହାଇଦରର କାର । ତେଲେଙ୍ଗାନାରୁ ମଙ୍ଗଳାବାଗ ଥାନାକୁ ଆଣିଲା କମିଶନରେଟ୍ ପୋଲିସ । ସ୍ୱିଫ୍ଟ ଡ଼ିଜାୟାର କାରରେ ଏସସିବି ମେଡ଼ିକାଲରୁ ହୋଇଥିଲା ଫେରାର

183

କନକ ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜରୁ ଯେଉଁ କାରରେ ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟର ହାଇଦ୍ରର ସେଇ କାର କଟକରେ ପହଂଚିଛି । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟ୍ରୁ କାରଟିକୁ ଜବତ କରିଥିଲା କମିଶନର ପୋଲିସ । ନମ୍ବର ଓଡି-୦୨-ଏଏସ୍- ୬୭୭୦ । ଏକ ମାରୁତି ସୁଇଫ୍ଟ ଡିଜାୟାର ଗାଡି, ଯେଉଁ ଗାଡିରେ ହିଁ ଫେରାର ହୋଇଥିଲା ହାଇଦର ।

ଏହି ଗାଡିରେ ହାଇଦର ତେଲାଙ୍ଗାନା ଯାଇଥିବା ପୁଲିସ ଗୁଇନ୍ଦା ତଥ୍ୟ ପାଇଥିଲା । ଏନଏଚଏଆଇର ଆପ୍ଲିକେସନ୍ ମାଧ୍ୟମରେ ଗାଡି ନମ୍ବର ଦେଇ ଗାଡିର ଲୋକେସନ୍ ଜାଣିବାକୁ ପାଇଥିଲା ପୁଲିସ । ଓଡିଶା ସୀମାର ବ୍ରହ୍ମପୁୁର ନିକଟ ଗୋଳନ୍ଥରା ଚେକ୍ ଗେଟରେ ଏହି ଗାଡି ୧୦ ତାରିଖରେ ଅତିକ୍ରମ କରିଥିବା ପୁଲିସ ଜାଣିପାରିଥିଲା । । ସେଠୁ ଇଚ୍ଛାପୁରମ୍-ଆନ୍ଧ୍ର-ତେଲେଙ୍ଗାନାରେ ପହଂଚିଥିଲା । ମଛଲିପଟନମ୍ ରୁ ଡାହାଣ ଆଡକୁ ଯାଇ ବିଜୟୱାଡା-ହାଇଦ୍ରାବଦ୍ ଯାଇଥିଲା । ସେଇଠୁ ପୁଲିସ ଜାଣିଗଲା ଯେ, ହାଇଦର ବାଙ୍ଗାଲୋର କିମ୍ବା ଚେହ୍ନାଇ ନ ଯାଇ ହାଇଦ୍ରାବାଦରେ ଅଛି ।