ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ଭିତିରି କଥା । କଳା କଠୋରୀ ଚାରି କାନ୍ଥ ଭିତରେ ଗ୍ୟାଙ୍ଗଷ୍ଟର, କ୍ରାଇମ ସିଣ୍ଡିକେଟ ଚଳାଉଥିଲା ଗର୍ଲଫ୍ରେଣ୍ଡ ।

580

କନକ ବ୍ୟୁରୋ: ଜେଲର ଚାରିକାନ୍ଥ ଭିତରେ ଗ୍ୟାଙ୍ଗଷ୍ଟର । କିନ୍ତୁ ବାହାରେ କ୍ରାଇମ ସିଣ୍ଡିକେଟ ଚଳାଉଛି ଗାର୍ଲଫ୍ରେଣ୍ଡ । ଦାଦାବଟି ଆଦାୟର ପୁରା ଅପରେସନ କରୁଥିଲା ଗ୍ୟାଙ୍ଗଷ୍ଟର ସକିଲକ ଗାର୍ଲଫ୍ରେଣ୍ଡ ନସରିନ । ଜେଲ ଭିତରୁ ତିଆରି ହେଉଥିବା ଅପରାଧର ନକ୍ସା । ଆଉ ଜେଲ ବାହାରେ ତାକୁ ପରିଣାମ ଦେଉଥିଲା ତାର ଗାର୍ଲଫ୍ରେଣ୍ଡ ନସରିନ । ଅପରାଧ ଦୁନିଆରେ ଗ୍ୟାଙ୍ଗଷ୍ଟରଙ୍କ ଅପରେସନରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଏହି ଗାର୍ଲଫ୍ରେଣ୍ଡ, ଯାହାର ଆଉ ଏକ ନମୁନା ଏବେ ସାମନାକୁ ଆସିଛି ।

କଟକ ସହରରେ ଗ୍ୟାଙ୍ଗଷ୍ଟର ସକିଲର ଅପରେସନ ପଛରେ ରହିଥିଲା ତାର ଗାର୍ଲଫ୍ରେଣ୍ଡ ନସରିନର ହାତ । ପୋଲିସ ଆଜି ଏହି ଖୁଲାସା କରିଛି । ଜେଲରେ ଗ୍ୟାଙ୍ଗଷ୍ଟର ସକିଲକୁ ଭେଟୁଥିଲା ନସରିନ । କଟକରେ କେମିତି ଚାଲିବ କ୍ରାଇମ ସିଣ୍ଡିକେଟ, ସେନେଇ ନସରିନ ମାଧ୍ୟମରେ ଜେଲ ଭିତରୁ ପୁରା ଅପରେସନ କରୁଥିଲା ସକିଲ । ନସରିନ ଜେଲକୁ ଭେଟିବାକୁ ଯିବା ସମୟରେ ପରବର୍ତି ପ୍ଲାନ ସମ୍ପର୍କରେ ସକିଲ ସହିତ ଆଲୋଚନା ପରେ ତିଆରି ହେଉଥିଲା ନକ୍ସା । କାହାଠୁ ଦାଦା ବଟି ଆଦାୟ ହେବ, କେଉଁ ବ୍ୟବସାୟୀଙ୍କ ଠାରୁ କେତେ ଟଙ୍କା ଆଦାୟ ହେବ ଏବଂ କେଉଁଦିନ ଆଦାୟ ହେବ ଆଉ କିଏ ଆଦାୟ କରିବ, ଏହାର ପୁରା ବ୍ଲୁ ପ୍ରିଂଟ ପ୍ରସ୍ତୁତ ହେଉଥିଲା ଜେଲ ଭିତରୁ । ସକିଲ ତିଆରି କରୁଥିଲା ଅପରାଧର ବ୍ଲୁ-ପ୍ରିଂଟ ।

ନସରିନଙ୍କୁ ବ୍ୟବସାୟୀଙ୍କ ତାଲିକା ଓ ଠିକଣା ଦେଉଥିଲା ନସରିନ । ଗ୍ୟାଙ୍ଗଷ୍ଟର ସକିଲ ପୁରା ଯୋଜନା ସମ୍ପର୍କରେ ନସରିନକୁ ବୁଝାଉଥିଲା । ଆଉ ପରେ ଗ୍ୟାଙ୍ଗର ଅନ୍ୟ କିଛି ସଦସ୍ୟଙ୍କ ଦ୍ୱାରା ଯୋଜନାକୁ ରୁପ ଦେଉଥିଲା ନସରିନ । ଅପରାଧ ଯେଉଁମାନେ ଘଟାଇବେ ସେମାନଙ୍କ ନିକଟରେ ମାରଣାସ୍ତ୍ର, ବନ୍ଧୁକ ପହଂଚାଉଥିଲା ନସରିନ । ଟଙ୍କା ବି ଆଦାୟ କରୁଥିଲା ନସରିନ । ତେବେ ଏହି ପଇସା ଆଦାୟ ହେବା ପରେ କୁଆଡେ ଯାଏ, କେଉଁଠି ଜମା ରହେ ସେନେଇ ନସରିନକୁ ପଚରା ଉଚରା କରୁଛି ପୋଲିସ ।

ଜେଲକୁ ବାରମ୍ବାର ଯାଉଥିବାକୁ ନସରିନ ମାଧ୍ୟମରେ ଅପରେସନ ହେଉଥିବା ସନ୍ଦେହ କରିଥିଲା ପୋଲିସ । ଖାସ ସେଥିପାଇଁ ଗତ ୫ମାସ ଧରି ତା ଉପରେ ନଜର ରଖିଥିଲା ପୋଲିସ । ଶେଷରେ ପୋଲିସ ତାକୁ ଗିରଫ କଲା । ଗ୍ୟାଙ୍ଗଷ୍ଟରକୁ ଗାର୍ଲଫ୍ରେଣ୍ଡ ସହଯୋଗ କରିବାର ଇଏ ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଧଳ-ବ୍ରଦର୍ସର ଗାର୍ଲଫ୍ରେଣ୍ଡ ଏବଂ ଗ୍ୟାଙ୍ଗଷ୍ଟର ଜିତୁର ଗାର୍ଲ ଫ୍ରେଣ୍ଡକୁ ମଧ୍ୟ ପୋଲିସ ଗିରଫ କରିଥିଲା । ଏହି ଗ୍ୟାଙ୍ଗଷ୍ଟର ମାନେ ଜେଲ ଭିତରେ ଥିବା ବେଳେ ବାହାରେ କ୍ରାଇମ ସିଣ୍ଡିକେଟକୁ ଚଳାଇବାରେ ସେମାନଙ୍କ ଗାର୍ଲଫ୍ରେଣ୍ଡମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଆସୁଛନ୍ତି । ନସରିନ ନାଁରେ ମଧ୍ୟ ଆସିଛି ସମାନ ଅଭିଯୋଗ ।

Comments are closed.