କନକ ବ୍ୟୁରୋ : ତିହାର ଜେଲରେ କୁଖ୍ୟାତ ଅପରାଧୀ ଅଙ୍କିତ ଗୁଜରଙ୍କ ହତ୍ୟାକୁ ନେଇ ୩ ନମ୍ବର ଜେଲର ସୁପରିଟେଣ୍ଡେଣ୍ଟ ନରେନ୍ଦ୍ର କୁମାର ମୀଣା ଓ ଅନ୍ୟଜଣେ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅଙ୍କିତଙ୍କ ମାଙ୍କ ଅଭିଯୋଗ ଆଧାରରେ ହରିନଗର ଥାନାରେ ମାମଲା ରୁଜୁ କରାଯାଇଛି ।

Advertisment

ସୂଚନା ଥାଉକି ଅପରାଧୀ ଅଙ୍କିତ ଗୁଜରଙ୍କ ମୃତଦେହ ଜୁଲାଇ ୩୦ ତାରିଖରେ ଜେଲର କୋଠରୀ ଭିତରୁ ମିଳିଥିଲା । ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ କି ଜେଲ ସୁପରିଟେଣ୍ଡେଣ୍ଟ ନରେନ୍ଦ୍ର ମୀନା ତାଙ୍କୁ ବାରମ୍ବାର ୧ ଲକ୍ଷ ଟଙ୍କା ମାଗୁଥିଲେ । ହେଲେ ଅଙ୍କିତ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । ବାକି ଟଙ୍କା ନଦେବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା କଥା ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ଜେଲରେ ଅଙ୍କିତଙ୍କ ସହ ରହୁଥିବା କଏଦୀ କହିଛନ୍ତି କି, ଅଙ୍କିତଙ୍କ ପାଖରେ ମୋବାଇଲ ଫୋନ ଥିଲା ଓ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଉଗ୍ରରୂପ ନେଇଥିଲା ଓ ଅଙ୍କିତ ନରେନ୍ଦ୍ର ମୀନାଙ୍କ ଉପରେ ଆକ୍ରମଣ କରିଥିଲେ । ଜେଲ କର୍ମୀମାନେ ଅଙ୍କିତଙ୍କୁ ଅଟକାଇଥିଲେ । ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଅଙ୍କିତ ଗୁରୁତର ହୋଇପଡିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।